ମା ବାଗ୍ଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, କୁଲୁରୁକୁମ୍ପା ଚାମ୍ପିଅନ୍

ଦଶପଲ୍ଲା (ଯୁଗାବ୍ଦ ନ୍ୟୁଜ୍):ଦଶପଲା୍ଲ ବ୍ଲକ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତର ଗୁରାହାସ୍ଥିତ ସ୍କୁଲ ପଡ଼ିଆଠାରେ ମା’ ବାଗ୍ଦେବୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଗତ ୨୨ ତାରିଖରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ । ଉଦ୍ଯାପନୀ ମ୍ୟାଚରେ ମା’ ବାଗଦେବୀ କ୍ରିକେଟ କ୍ଲବ୍ କୁଲୁରୁକୁମ୍ପା ସହିତ ମା ବଗ୍ଦେବୀ କ୍ରିକେଟ କ୍ଲବ ଗୁରାହା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ କୁଲୁରୁକୁମ୍ପା ଦଳ ୧୦ ଉଇକେଟ ହରାଇ ୧୩୦ ରନ କରିଥିବାବେଳେ ଗୁରାହା ୨୦ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୫ ରନ୍ କରିବାରେ ସକ୍ଷମ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କ୍ଲବ୍ ଉପଦେଷ୍ଟା ପ୍ରଭାକର ମଳିକ ଓ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମ୍ମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ