ମା ବାଟୁଳେଇ ପାଠଶାଳାର ନବମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅନ୍ତର୍ଗତ ଉଦୟକଣି ଠାରେ ମା ବାଟୁଳେଇ ପାଠଶାଳା ର ନବମ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠଶାଳାର ପରିଚାଳନା କମିଟି ସଭାପତି ତଥା ଯୁବ ଶିକ୍ଷାବିତ ସୁବ୍ରତ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ନବମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ନିମାପଡ଼ା ର ପୂର୍ବତନ ବିଧାୟକ ପ୍ରାଥି ବାଇଧର ମଲ୍ଲିକ, ଜଗତସିଂହପୁରୁ ସାଂସଦ ଙ୍କ ପ୍ରତିନିଧି ଦିବାକର ଛାଟୋଇ, କୋଣାର୍କ ଓଟିଭି ପ୍ରତନିଧି ସଞ୍ଜୟ ପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ ।ଏହି ବାର୍ଷିକ ଉତ୍ସବ ସମାରୋହରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନଟବର ସ୍ୱାଇଁ , ଲଳିତ ରଥ ,ପ୍ରମୁଖ ଯୋଗଦେଇ ପାଠଶାଳା ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସଂସ୍କାର ଧର୍ମୀ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ଶୃଙ୍ଖଳିତ ଓ ସଂସ୍କୃତି ସଂପନ୍ନ ସମାଜ ଗଠନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମା ବାଟୁଳେଇ ପାଠଶାଳା ରେ ଅଧ୍ୟୟନ କରୁଥିବା ଉଦୟକଣି, ତଣ୍ଡାଘର, କଳମକଣି, କଟକଣା , ଛେନୁଅ , ସିଂହରପାଳ, ନଡ଼ିଆ ମଠ , ମୂଷାପଦା ଗ୍ରାମ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ବିଚିତ୍ରା ନନ୍ଦ କାଳିଆ , ଆର୍ତ୍ତତ୍ରାଣ ସ୍ୱାଇଁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ତ୍ତିକ ସାହୁ , ଗୌତମ ରାଉତ, ବଚନ ରାଉତ, ସନ୍ତୋଷ ପାଢ଼ି, ଶିବ ପ୍ରଧାନ, ସୁବ୍ରତ ସେଠୀ, ବାପିନା ବେହେରା, ସମେତ ପରିଚାଳନା କମିଟିର କର୍ମକର୍ତ୍ତା, ଛାତ୍ର ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ