ମା ବାଲି ବାଉତି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚର ବନ୍ଧୁ ମିଳନ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ମା ବାଲି ବାଉତି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ୧୯୭୯ ମାଟ୍ରିକବ୍ୟାଚ ଛାତ୍ର ଛାତ୍ରୀଙ୍କର ସ୍ଥାନୀୟ ଯତନ ନଗର ନିକଟ ସତ୍ୟ ସାଇ ୱାଟର ପାର୍କ ଠାରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ଉତ୍ସବରେ ବିରାଟ ଚନ୍ଦ୍ର ରାଜଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ପ୍ରାଣ ବନ୍ଧୁ ରାଉତ ସଭାପତିତ୍ୱୟଂ କରିଥିଲେ, କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଂଜିତ ସାମଲ ସମ୍ପାଦକ ଅନନ୍ତ ଚରଣ ଜେନା, ପିତାମ୍ବାର ଦାସ, ଧୁଶାସନ ପୂଷ୍ଟି ଅତିଥି ଭାବରେ ଯୋଗଦେଇଥିଲେ,ଲିଲି ରଥ, ମାନସ ମହାନ୍ତି,ଅକ୍ଷୟ ରାଜ, ମାନସ ବରାଳ ପ୍ରଭାକର ଦେହୁରୀ ବିଦୁତଳତା ବରାଳଙ୍କ ସମେତ ସମସ୍ତ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ସ୍ବର୍ଗତ ରାଜ ଉଚ୍ଚ ବିଦ୍ୟାଳୟ ର ସମ୍ପାଦକ ଭାବରେ ଦ୍ରିଘ ଦିନ ଧରି କାର୍ଯ୍ୟକାରୀ ୬୩ ବର୍ଷ ବୟସରେ ପାକ୍ୟାଘାତ ରେ ପାଳିତ ହୋଇଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶୋକାକୁଳ ପରିବାରକୁ ଉକ୍ତ ଉତ୍ସବ ରେ ସମlବେଦନା ଜ୍ଞାପନ କରାଯାଇଥିଲା, ଏ ଅଞ୍ଚଳରେ ତାଙ୍କ ପରି ଜଣେ ବ୍ୟକ୍ତି ମିଳିବା କଷ୍ଟ ସାଧ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ, ଶେଷରେ ସଭାପତି ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ