ମା ବାଶୁଳି +୨ କଲେଜରେ ଗଛକଟା ମାମଲା: ଉପଜିଲ୍ଲାପାଳ ଙ୍କ ସ୍ଥାନରେ ଏଡିଏମ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କରଞ୍ଜିଆ,( ଜିତେନ୍ଦ୍ର ରାଜ ): ଠାକୁରମୁଣ୍ଡାସ୍ଥିତ ମା ବାଶୁଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ଯୁକାଲିପଟାସ ଓ ଆକାଶିଆ ଗଛ କାଟି ବିକ୍ରି କରିବାରେ ଅନିୟମିତତା ଅଭିଯୋଗ ହୋଇଥିଲା l ସୂଚନା ଅଧିକାର କର୍ମୀ ହରେକୃଷ୍ଣ ତ୍ରିପାଠୀ ହସ୍ତଗତ କରିଥିବା ତଥ୍ୟ ଆଧାରରେ ଗତ ଡିସେମ୍ବର 16 ତାରିଖରେ ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ଡିଇଓଙ୍କୁ ତଦନ୍ତ ଭାର ଦେଇଥିଲେ l ଉପଜିଲ୍ଲାପାଳ ନିଜେ ମା ବାଶୁଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ଥିବା ଏବଂ ତାଙ୍କ ଜ୍ଞାତସାରରେ ଏସବୁ ଅନିୟମିତତା ଘଟିଥିବାରୁ ତାଙ୍କୁ ତଦନ୍ତ ଦାୟିତ୍ୱରେ ରଖିବା ନେଇ ଜିଲ୍ଲାପାଳଙ୍କ ନିକଟରେ ପୁନଃ ଅଭିଯୋଗ ଦାଖଲ କରିଥିଲେ l ଗତ 30 ତାରିଖ ସୋମବାର ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଠାକୁରମୁଣ୍ଡା ବ୍ଲକରେ ଅଭିଯୋଗ ଶୁଣାଣୀ କରିଥିବାବେଳେ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ଅବଗତ କରି ଆପତ୍ତି ଉଠାଇଥିଲେ l ଅଭିଯୋଗକୁ ବିଚାରକୁ ନେଇ ଜିଲ୍ଲାପାଳ ଏଡିଏମ ଏବଂ ଡିଇଓଙ୍କ ଦ୍ୱାରା ତଦନ୍ତ କରିବାକୁ ପୁନଃ ନିର୍ଦ୍ଦେଶ ଦେଇଛନ୍ତି l
ଘଟଣାରୁ ପ୍ରକାଶଯେ, ଗତ ଏକ ବର୍ଷ ତଳେ କଲେଜ ପରିସର ଓ ସଡ଼କ ପାର୍ଶ୍ୱରେ ଥିବା ପ୍ରାୟ 370ରୁ ଉର୍ଦ୍ଧ ଯୁକାଲିପଟାସ ଓ ଆକାଶିଆ ଗଛ କାଟି କର୍ତ୍ତୃପକ୍ଷ ବିକ୍ରି କରିଥିଲେ l ମାତ୍ର ଏଥିପାଇଁ ବିଡ ଆହ୍ୱାନ କରାଯାଇନଥିଲା l କିମ୍ବା କେତେ ପରିମାଣରେ ଗଣ୍ଡି ଗଛ ଓ କେତେ ଜାଳ କାଠ ବିକ୍ରି ହେଲା ତାର କୌଣସି ହିସାବ ରଖାଯାଇନଥିଲା l ବର୍ଷେ ମଧ୍ୟରେ ମାତ୍ର 70 ହଜାର ଟଙ୍କା ଅନୁଷ୍ଠାନ ଜମା ଖାତାକୁ ଆସିଥିବା ସୂଚନା ଅଧିକାର ବଳରେ ପ୍ରାପ୍ତ ହୋଇଥିଲା l ଏସବୁ ଅନିୟମିତତା ଅନୁଧ୍ୟାନ କରି ହରେକୃଷ୍ଣ ତ୍ରିପାଠୀ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ l ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପ୍ରକୃତ ସତ୍ୟ କଣ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ