ମା ବାସନ୍ତୀଙ୍କ ୭୦ ତମ ପୂଜା ଉତ୍ସବ ମହା ଆଡମ୍ବର ରେ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର – ପାରାଚକ ଗ୍ରାମର ମା’ ବାସନ୍ତୀଙ୍କ ୭୦ତମ ପୂଜା ଉତ୍ସବ ମାର୍ଚ୍ଚ ୨୬ତାରରେ ଆରମ୍ଭ ହୋଇ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପୂଜା କମିଟିର ସଭାପତି ଦିପକ ରଞ୍ଜନ ସ୍ୱାଇଁ ଓ ସମ୍ପାଦକ କୈଳାସ ନାୟକଙ୍କ ତତ୍ୱାବଧାନରେ ପ୍ରତିଦିନ ସନ୍ଧ୍ୟାରେ ସର୍ବେଶ୍ୱର ପାତ୍ରଙ୍କ ସଂଯୋଜନାରେ ବିଭିନ୍ନ ଅଞ୍ଚଳରୁ କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଆରାଧ୍ୟା କର, ଦ୍ୱିତୀୟ ସ୍ଥାନ ଗ୍ରୀସ୍ମା ମହାନ୍ତି ଓ ଲଷ୍ମୀପ୍ରିୟା ସାମଲ (ଯୁଗ୍ମ) ଏବଂ ତୃତୀୟ ସ୍ଥାନ ବିଜୟଲକ୍ଷ୍ମୀ ଲେଙ୍କା ହାସଲ କରିଥିଲେ । କୃତି ପ୍ରତିଯୋଗିମାନଙ୍କୁ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ପୂର୍ବତନ ସମ୍ପାଦକଙ୍କ ଦ୍ୱାରା ବିଜେତା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୨୮ତାରିଖରେ ମାଙ୍କ ଅଷ୍ଟମୀ ପୂଜା ଦିନ କୁନି ପ୍ରବଚକ କେଶବ ଚନ୍ଦ୍ର ଦାସ ଦ୍ୱିତିକୃଷ୍ଣଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ସହିତ ଆନନ୍ଦ ବଜାରରେ ପ୍ରସାଦ ସେବନ କରାଯାଇଥିଲା । ୨୯ତାରିଖରେ ମା’ପୀଠରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମା’ ବାସନ୍ତୀ ଜ୍ୟୋତି ମହନ୍ତ ମହାରାଜ ଉପାଧିରେ ବାବାଜି ଗଣ୍ଡାଧର ଦାସ, ମରୋଣତ୍ତର ସମ୍ମାନରେ ସ୍ୱର୍ଗତ ବୈଷ୍ଣବ ଚରଣ ମଳିକ, ମା ବାସନ୍ତୀ ଜ୍ୟୋତି ଶ୍ରେଷ୍ଠ ସଂଗୀତଜ୍ଞ ସମ୍ମାନରେ ସତ୍ୟପ୍ରିୟ ଦାସ ଓ ରଞ୍ଜନ କୁମାର ବେହୁରା, ମା ବାସନ୍ତୀ ଜ୍ୟୋତି ଭାବସୁନ୍ଦର ସମ୍ମାନରେ ପାଲା ଗାୟକ ଗୋଲକ ଚନ୍ଦ୍ର ସ୍ୱାଇଁ, ମା’ ବାସନ୍ତୀ ଜ୍ୟୋତି ସମ୍ବାଦ ପୋଷଣ ସମ୍ମାନରେ ଚକ୍ରବିହ୍ୟୁର ମୁଖ୍ୟ ସମ୍ପାଦକ କୁଳମଣି ଲେଙ୍କା, ମା ବାସନ୍ତୀ ଜ୍ୟୋତି ସେବକ ସମ୍ମାନରେ ନୃସିଂହ ମଲିକ, ମା ବାସନ୍ତୀ ଜ୍ୟୋତି ବରିଷ୍ଠ ନାଗରିକ ସମ୍ମାନରେ ସୁନାକର ମଲ୍ଲ ଓ ରାଜକିଶୋର ମହାନ୍ତି, ମା ବାସନ୍ତୀ ଜ୍ୟୋତି ଦୁଃସାହାସିକ ସମ୍ମାନରେ ସ୍ନେକ୍ ହେଲ୍ପ ଲାଇନର ଆଶୁତୋଷ ମହାନ୍ତି, ମା ବାସନ୍ତୀ ଜ୍ୟୋତି ଦୁଃସାହାସିକ ଖବର ପୋଷଣ ସମ୍ମାନରେ ନାମବ୍ରହ୍ମ ଓ ନମିତା ନାୟକ ପ୍ରମୁଖ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷାବିତ ଭଜହରି ରାଉତଙ୍କ ଠାରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ଓ ସମାଜସେବୀ ସର୍ବେଶ୍ୱର ପାତ୍ର ମଞ୍ଚ ପରିଚାଳନା କରିଥିଲେ । ସଭାପତି ଦୀପକ ରଞ୍ଜନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କୈଳାସ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମା’ ବାସନ୍ତୀ ପୂଜା କମିଟିର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ