ମା’ ବିରଜାଙ୍କ ସ୍ୱ ନକ୍ଷତ୍ରୋତ୍ସବ ପେଂବୃୟାରୀ ୧ ରେ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ପେଂବୃୟାରୀ ୧ ତାରିଖରେ ପଡୁଥିବାରୁ ମା’ ଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି । ୧ ତାରିଖ ଦିନ ବ୍ରାହ୍ମମୁହୁର୍ତ୍ତରେ ନିତ୍ୟସ୍ନାନ, ସ୍ନାନାନ୍ତେ ବେଶଲାଗି ଓ ପିଷ୍ଟକାଦି ନୈବେଦ୍ୟ ସମର୍ପଣ ଅନୁଷ୍ଠିତ ହେବ । ପ୍ରାତଃ ସୂର୍ଯ୍ୟୋଦୟ ଠାରୁ ଘ. ୭.୦୨ ମିନିଟ ପରେ ଦେବୀଙ୍କ ସ୍ୱ ନକ୍ଷତ୍ର ବିହିତ ମହାସ୍ନାନ ଏବଂ ମହାସ୍ନାନ ପରେ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି, ବେଶ ଅନୁଷ୍ଠିତ ହେବ । ତତ୍‌ପରାନ୍ତେ ସିଂହାସନେ ଷୋଡଶୋପଚାର ପୂଜା ବିଧି ଓ ସ୍ୱ ନକ୍ଷତ୍ର ପୂଜା, ପୂଜାନ୍ତେ ଯଜ୍ଞାରମ୍ଭ, ନବରତ୍ନ ମଣ୍ଡପେ ଯଜ୍ଞବେଦୀରେ ଯଜ୍ଞାନୁଷ୍ଠାନ ଓ ଯଜ୍ଞାନ୍ତେ ପୂର୍ଣ୍ଣାହୁତି, ଆରତୀ ଦର୍ଶନ, ଘଟ ବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ମନ୍ଦିରର ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତି ମିଶ୍ର ଅବଗତ କରାଇଚ୍ଥନ୍ତି । ମା’ ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ଉପଜିଲ୍ଲାପାଳ ଡଃ ମହାପାତ୍ର ଅନୁରୋଧ କରିଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ