ମା’ ବିଶ୍ୱତାରିଣୀ କଳାକାର ପରିଷଦର ମିଶ୍ରଣ ପର୍ବ ବୈଠକ

ହାଟଡିହି,(ଯୁଗାବ୍ଦ ନ୍ୟୁଜ): ମା’ ବିଶ୍ୱତାରିଣୀ କଳାକାର ପରିଷଦ, ହାଟଡ଼ିହିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହାଟଡ଼ିହି ସତସଙ୍ଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଗାୟକ ଶଙ୍କର୍ଷଣ ମିଶ୍ର ମଙ୍ଗଳାଚରଣ ପାଠ ଓ ତା’ପରେ ସ୍ଥାୟୀ ସଭାପତି ଅଧିକାରୀ ନାୟକ ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ସଭାପତି ଶ୍ରୀ ଦାସ ମୁଖ୍ୟ ଆଲୋଚନା ପ୍ରତି ଧ୍ୟାନ ଆକର୍ଷଣ କରି କହିଥିଲେ – ମା’ ବିଶ୍ୱତାରିଣୀ କଳାକାର ପରିଷଦରୁ ଯେଉଁ କେତେକ କଳାକାର ଦୂରେଇ ଯାଇ ଅନ୍ୟଏକ ସଂଗଠନ କରିଥିଲେ, ସେମାନଙ୍କୁ ପୁନଃ ସାମିଲ କରିବାକୁ ଦାଶ ପ୍ରସ୍ତାବ ଦେଇଥିଲେ । ସଭାପତିଙ୍କ ଏ ପ୍ରସ୍ତାବରେ ସମସ୍ତ ସଦସ୍ୟ/ସଦସ୍ୟା ସହମତି ପ୍ରଦାନ କରିବାରୁ ବରିଷ୍ଠ ଗାୟକ ବାବାଜୀ ଚରଣ ଜେନା, ଶଙ୍କର୍ଷଣ ମିଶ୍ର, ଭାଗିରଥୀ ବରାଳ ଓ ସଂଗୀତ ଅନାଦି କବି, ପ୍ରମୋଦ କୁମାର ପଟ୍ଟନାୟକ, ସୁରେନ୍ଦ୍ର ସା ପ୍ରମୁଖ ବହୁ କଳାକାର ପରିଷଦରେ ସାମିଲ୍ କରାଯାଇଥିଲା । ଏ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ଭୂମିକାକୁ ସମସ୍ତେ ଭୂୟଃସୀ ପ୍ରଶଂସା କରିଥିଲେ । ଏହି ବୈଠକରେ କୁମୁଦିନୀ ପଣ୍ଡା, କିଶୋର ଚନ୍ଦ୍ର ମହାନ୍ତି, ପ୍ରଭାକର ପାଣି, ସଂପାଦକ ବିଦ୍ୟାଧର କବି, ସଂଧ୍ୟାରାଣୀ ପଣ୍ଡା, ସଦାଶିବ ବାରିକ, ଉପେନ୍ଦ୍ରନାଥ ମିଶ୍ର, ଦିବାକର ବାରିକ, ପରିକ୍ଷୀତ ନାୟକ, କାର୍ତ୍ତିକେଶ୍ୱର ଯେନା, ଚିନ୍ତାମଣି ବାରିକ, ଗୋପବନ୍ଧୁ ସା, ସୁଦର୍ଶନ ମିଶ୍ର, ସୁରେନ୍ଦ୍ର ସ୍ୱାଇଁ, ତପୋଧନ ଆୟଚ ପ୍ରମୁଖ ବହୁ ସଦସ୍ୟ ସାମାଜିକ ବ୍ୟବଧାନ ଓ ମାକ୍ସ ପ୍ରତି ସଚେତନ ହୋଇ ଉପସ୍ଥିତ ଥିଲେ । ଶେଷରେ ପ୍ରମୋଦ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ