ମା’ ବିଶ୍ୱତାରିଣୀ କଳାକାର ପରିଷଦର ୧୧ତମ ବାର୍ଷିକ ସମ୍ମିଳନୀ

ହାଟଡିହି, (ବିକାଶ ବିଶ୍ୱାଳ) :ମା’ବିଶ୍ୱତାରିଣୀ କଳାକାର ପରିଷଦର ଏକାଦଶତମ ସମ୍ମିଳନୀ ହାଟଡିହି ବ୍ଲକ କୁରାଢ଼ିଘସା ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ମୁଖ୍ୟ ଉପଦେଷ୍ଟା ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ ଉତ୍କଳୀୟ କଳା ସଂସ୍କୃତିର ସୁରକ୍ଷା ତଥା ତାର ପ୍ରସାର ପ୍ରଚାରରେ କଳାକାରଙ୍କ ଭୁମିକା ଅତୁଳନୀୟ । କଳା ମଧ୍ୟରେ ପାଲା ଏକ ବିଦଗ୍ଧ କଳା, ଯାହାକି ସ୍କନ୍ଦପୁରାଣରେ ଏ ସମ୍ପର୍କରେ ଉଲେଖ କରାଯାଇଛି ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ବିନୀତା ବିଜୟିନୀ ଯୋଗଦେଇ ‘କଳାକାର ପରିଚିତ ଗ୍ରନ୍ଥ’ କୁ ଲୋକର୍ପଣ କରିବା ସହିତ ସୀମିତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ସଭାପତି ଗାୟକ ଅଧିକାରୀ ନାୟକ ପ୍ରାକ ସୁଚନା ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପାଦକ ବିଦ୍ୟାଧର କବି ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ସଞ୍ଚାଳନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପାଲାକାର ସଂଘର ଉପସଭାପତି ଦୁସ୍ମନ୍ତ ମହାନ୍ତି, ବ୍ଲକ କର୍ମଚାରୀ ଅବିନାଶ ପତି, ବରିଷ୍ଠ କଳାକାର ନବଘନ ସାହୁ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମିଶ୍ର, ଉପସଭାପତି ପର୍ଶୁରାମ ଦାସ, ଦିବାକର ବାରିକ, ସ୍ଥାନୀୟ ସରପଞ୍ଚ ଅଜିତ କୁମାର ରାଉତ, ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, କୁରାଢ଼ିଘସା ଗ୍ରାମର ଭଗବାନ ନାୟକ, ଦାମୋଦର ବେହେରା, ମୋହନ ତ୍ରିପାଠୀ, ଗାୟକ ଇଶ୍ୱର ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାରେ ପାଲାର ଭୁମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗାୟକ ଅଧିକାରୀ ନାୟକ, କୁମୁଦୁନୀ ପଣ୍ଡା, କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ ଗାୟକ ଗାୟୀକା ମାନେ ପାଲା ପରିବେଷଣ କରିଥିଲେ । ଷଡଙ୍ଗର ମହିଳା କିର୍ତ୍ତନ ମଣ୍ଡଳୀ ସମେତ ବହୁ କଳାକାର ଉପସ୍ଥିତ ରହି ସେମାନଙ୍କ ପ୍ରତିଭା ପ୍ରଦର୍ଶିତ କରି ସମ୍ମିଳନୀକୁ ସଫଳ କରାଇବାରେ ସହଯୋଗ କରିଥିଲେ । ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ତପୋଧନ ଆଇଚ, ଅନନ୍ତ ନାରାୟଣ ପଣ୍ଡା, ବୀର କିଶୋର ମିଶ୍ର, ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ