ମା ବୁଢୀ ଠାକୁରାଣୀଙ୍କ ପୀଠ ରେ ଘଣ୍ଟ ପାଟୁଆ ନୃତ୍ୟ
ନିମାପଡ଼ା, (ସନ୍ତୋଷ ଦାସ ): ନୟାହାଟ ନିକଟସ୍ଥ ନୂଆପାଟଣା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ପୀଠ ଠାରେ ଆଜି ଚୈତ୍ର ମାସ ର ପ୍ରଥମ ଗୁରୁବାର ଅବସର ରେ ଘଣ୍ଟପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଗତ ମୀନ ସଂକ୍ରାନ୍ତି ଠାରୁ ପୀଠ ରେ ପ୍ରତି ଗୁରୁବାର ପାରମ୍ପରିକ ପ୍ରଥାନୁସାରେ ଚୈତ୍ର ପର୍ବ ପାଳିତ ହୋଇଆସୁଛି ବୋଲି କହିଛନ୍ତି ମା ଙ୍କ ପୂଜକ ନିଭରଣ ଗ୍ରାମ ର ଦେବେନ୍ଦ୍ର ଦିକ୍ଷୀତ। ଠାକୁରାଣୀ ଙ୍କ କାଳେସୀ ବିନିସପୁର ଗ୍ରାମ ର ଅକ୍ଷୟ ଭୋଇ ପ୍ରାଚୀ ନଦୀ ରୁ ଘଟ ରେ ପାଣି ତୋଳି ଆସି ମା ଙ୍କ ଆଜ୍ଞାମାଳ ପାଇବାପରେ ମା ଙ୍କ ସମ୍ମୁଖ ରେ ଘଣ୍ଟପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ଆସନ୍ତା ପଣାସଂକ୍ରାନ୍ତି ଦିନ ସେ ମନ୍ଦିର ସମ୍ମୁଖ ରେ ଝାମୁ (ଖାଲି ପାଦରେ ରଡ଼ ନିଆଁ ଉପରେ) ଚାଲିବା ପରେ ଠାକୁରାଣୀ ଙ୍କ ଚୈତ୍ର ପର୍ବ ର ପାରିସମାପ୍ତି ଘଟିବ ବୋଲି କହିଛନ୍ତି ମା ଙ୍କ ପୂଜକ ଭୀମସେନ ଦିକ୍ଷୀତ। ଘଣ୍ଟପାଟୁଆ ନୃତ୍ୟ ଦେଖିବାକୁ ପୀଠ ଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା।