ମା ବେଲେଶ୍ୱରୀଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ତେଲିପାଟଣା ଗ୍ରାମରେ ମା ବେଲେଶ୍ୱରୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଲାଗି ଆଜି ମଙ୍ଗଳବାର ଦିନ ଏକ ମହାକଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ଚାରିଛକ ନିକଟସ୍ଥ ତେଲିପାଟଣା ଗ୍ରାମରେ ଦୀର୍ଘଦିନ ଧରି ମା ବେଲେଶ୍ୱରୀଙ୍କ ଏକ ନୂତନ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନୂତନ ଭାବେ ମା ବେଲେଶ୍ୱରୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଗ୍ରାମବାସୀଙ୍କ ସହଯୋଗ ରେ ନିକଟସ୍ଥ ପବିତ୍ର ପ୍ରାଚୀ ନଦୀରୁ ଘଣ୍ଟ, ପଖୋଜ, ନାମ ସଂକୀର୍ତ୍ତନ, ହରିବୋଲ ,ହୁଳହୁଳି ପକାଇ ଗ୍ରାମର ସାତ ଜଣ କର୍ତ୍ତା ଓ ସାତ ଜଣ କର୍ତ୍ତିଙ୍କ ସମେତ ୧୨୧ ଜଣ ମହିଳା କଳସ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।ଏହି ପ୍ରତିଷ୍ଠା ଯଜ୍ଞ ଚାରି ଦିନ ଧରି ଚାଲିବ ବୋଲି ଗ୍ରାମବାସୀମାନେ କହିଛନ୍ତି ।ଏହି କଳସ ଯାତ୍ରାରେ ତେଲିପାଟଣା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ