ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘର ୧୨ତମ ବାର୍ଷିକତ୍ସୋବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବୁଧବାର ସ୍ଥାନୀୟ ବ୍ଳକ ଖରିଡ଼ା ମା’କରେଇଶୁଣୀ ପୀଠ ପରିସରରେ ହିଞ୍ଜିଳିକାଟୁ ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘର ୧୨ତମ ବାର୍ଷିକତ୍ସୋବ ସଂଘ ଉପସଭାପତି ଶୁସାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସମ୍ପାଦକ ଲାଲାଜି ମହାପାତ୍ର ବାଷିକ ବିବରଣୀ ପାଠ କରିଥିବା ବେଳେ ସଭ୍ୟ କୋରାମଣି ରାଉଳ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘ ସଭାପତି ଅରକ୍ଷିତ ଜେନା ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମହମାରୀ କରୋନା ଭୁତାଣୁ ସଂକ୍ରମଣ ଠାରୁ ଘରୋଇ ବସ୍ ମାଲିକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ ସହାୟତା ପ୍ରଦାନ କରାଯାଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସରକାରଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ଼ କଟକଣା ନିୟମକଚୁ କଡ଼ାକଡ଼ି ପାଳନ କରିବା ସହ ବସ୍ କର୍ମଚାରୀ ଓ ଯାତ୍ରୀ ମାସ୍କ ବ୍ୟବହାର କରିବା, ଗାଡ଼ିରେ ସାନିଟାଇଜର ମହଜୁଦ ରଖିବା ସହ ଅନ୍ୟାନ ନିୟମକୁ ପାଳନ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ସିଟି ବସ୍ ଚଳାଚଳ ବେଳେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ଗାଡ଼ି ଚଲାଉଥିବା ଯୋଗୁଁ ଉପସ୍ଥିତ ମାଲିକ ମାନେ ଦୃଢ ନିନ୍ଦା କରିଥିଲେ । ଆୟୋଜିତ ବୈଠକରେ ବ୍ରହ୍ମପୁର ଘରୋଇ ମାଲିକ ସଂଘ ସମ୍ପାଦକ ସନ୍ତୋଷ କୁମାର ପତି, କୋଷାଧ୍ୟକ୍ଷ ରଜନୀକାନ୍ତ ପାତ୍ର, ପୁରୁଷୋତ୍ତମପୁର ଘରୋଇ ବସ୍ ମାଲିକ ସଂଘ ଉପସଭାପତି ସୁଦର୍ଶନ ପ୍ରଧାନ, ଆସିକା ମିନି ବସ୍ ମାଲିକ ସଂଘ ସଭାପତି ମୁନା ମହାନ୍ତି, ରାକେଶ ସାହୁ, ଜିତୁ ଗଉଡ଼, ବଳରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘ କୋଷାଧ୍ୟକ୍ଷ ଅରୁଣ କୁମାର ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ