ମା ବ୍ୟାଘ୍ରଦେବୀ ଙ୍କ ଅନ୍ନ ଭୋଗ ପାଣିରେ ଭାସିଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରାରେ ପୂଜା ପାଉଥିବା ମା ବ୍ୟାଘ୍ରଦେବୀ ମନ୍ଦିର ଆଜି ଅବହେଳିତ।ଭଞ୍ଜନଗର ବାଗଦେବୀ ରୋଡ ରେ ଥିବା କଇଁଆ ବାଗଦେବୀ ଅନେକ ଦିନରୁ ପୂଜା ପାଇ ଆସୁଛନ୍ତି।କିନ୍ତୁ ଏ ମନ୍ଦିର ପ୍ରତି କାହାର ଦୟା ନାହିଁ, ଅବହେଳିତ ଏ ମନ୍ଦିର କେବଳ ପ୍ରତି ତିନି ବର୍ଷରେ, ଥରେ ମନେ ପଡ଼ନ୍ତି ଯେତେବେଳେ ଠାକୁରାଣୀ ଯାତ୍ରା ହୁଏ, ଜିଲ୍ଲା ପାଳ ଆସନ୍ତି ପୂଜା ଅର୍ଚନା ହୁଏ କିନ୍ତୁ ଆଜି ଭଞ୍ଜନଗର କଇଁଆ ଵ୍ୟାଘ୍ରଦେଵୀ ମାଁ ବର୍ଷା ଦିନରେ ମନ୍ଦିର ର ଅବସ୍ଥା ଵେହାଲ୍ । କିଛିଦିନ ହେଲା ଲଗାତାର ବର୍ଷାରେ ନାଳ ନର୍ଦମା ପାଣି ମନ୍ଦିର ଭିତରକୁ ପ୍ରବେଶ କରୁଛି, ଫଳରେ ମନ୍ଦିର ର ପୂଜା ନୀତିକାନ୍ତି ରେ ସମସ୍ୟା ହୋଉଛି ।ଆଜି ବର୍ଷାରେ ମନ୍ଦିର ଭିତରେ ପାଣି ପଶି ମାଙ୍କ ଅନ୍ନ ଭୋଗ ଥାଳି ଭାସୁ ଥିବାର ଦେଖିବାକୁ ମିଳିଥିଲା, ଏପରିକି ମା ଙ୍କ ଲୁଗାପଟା ଓ ନିତ୍ୟ ବ୍ୟବହାର ଜିନିଷ ପାଣିରେ ଭାସୁ ଥିଲା, ମନ୍ଦିର ପରିଚାଳନା କମିଟି କରିବେ ବା କଣ । ମନ୍ଦିର ଆଗରେ ନୂଆ କୋର୍ଟ ବିଲଡିଂ କାମ ଚାଲୁଥିବା ଯୋଗୁ ଜଳ ନିଷ୍କାସନ ହୋଉ ଥିବା କଲବର୍ଟ ବନ୍ଦ ହୋଇଯାଇଛି ଯାହା ଫଳରେ ଜଳ ନିଷ୍କାସନ ହୋଇ ପାରୁନି। ସାଧାରଣ ଜନତାଙ୍କ ପ୍ରଶ୍ନ ଠାକୁରାଣୀ ଯାତ୍ରାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇ ପାରିଲା କିନ୍ତୁ ମନ୍ଦିର ଉନ୍ନତି ପ୍ରତି କାହାର ଦୃଷ୍ଟି ପଡିଲା ନାହିଁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ