ମା ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ନାଉରୀଗଡିଆ ମହାଦେବ ପଡ଼ିଆ ଠାରେ ଆଜି ମା ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ ଗୋଵିନ୍ଦାଗଡିଆ ଓ ହସନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ହସନପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ ୮ଓଇକେଟ ହରାଇ ୪୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଗୋଵିନ୍ଦଗାଡିଆ କ୍ରିକେଟ ଟିମ୍ ୬ଓଭରରେ ୨ଓଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଚନ୍ଦ୍ରଜିତ ଥାଟୋଇ ଯୋଗଦେଇ ବିଜୟ ଦଳକୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଘନଶ୍ୟାମ ଥାଟୋଇ, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ।ଅମ୍ପାୟର ଭାବେ ପଦ୍ମନାଭ ସ୍ଵାଇଁ, ବିରେନ୍ଦ୍ର ଜେନା ଓ ଭାଷ୍ୟକାର ଭାବେ ଅଲେଖ ବିଶ୍ଵାଳ ଦାଇତ୍ୱ ତୁଲାଇଥିଲେ ।


