ମା ଭଗବତୀ ପୀଠର ଉନ୍ନତି କରଣରେ ସାମିଲ୍ ହେଲେ ଦୁଇ ବନ୍ଧୁ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ।ମା ହେଉଛନ୍ତି ଅଷ୍ଟ ଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ। ଏହି ପୀଠର ମହିମା ଅନେକ। ସୂର୍ଯ୍ୟମନ୍ଦିର ସହିତ ମା’ଙ୍କ କିମ୍ବଦନ୍ତୀ ରହିଅଛି ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳେ।ମା ଭଗବତୀଙ୍କର କୃପା ଓ ଆଶିଷ ପ୍ରାପ୍ତ କଲେ ପରିବାର ଓ ଜଗତର ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ସ୍ଥାନୀୟ ଲୋକ ମାନଙ୍କ ବିଶ୍ୱାସ ରହିଛି। ଏହି ପୀଠରେ ବର୍ଷ ଯାକ ଗହଳ ଲାଗିରହିଥିବା ବେଳେ ବିବାହ, ମାଙ୍ଗଳିକ କାର୍ଯ୍ୟ ଓ ବଣ ଭୋଜି ନିମନ୍ତେ ଏହି ପୀଠ କୁ ଆଖପାଖ ଅଞ୍ଚଳର ଶ୍ରଧାଳୁମାନେ ଆସିଥାନ୍ତି। ଏହି ପୀଠର ଉନ୍ନତି କାରଣ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ବଦାନ୍ୟ ବ୍ୟକ୍ତି ମାନେ ସହଯୋଗର ହାତ ବଢ଼େଇ ଥାନ୍ତି। କୋଣାର୍କ ୧୦ନଂ ୱାର୍ଡ଼ ରାଣୀହାଟ ସାହି ଗ୍ରମ ର ଦେବୁପ୍ରସାଦ ରାଉତରାୟ ଓ ୭ନଂ ୱାର୍ଡ଼ ରାଉଳ ପାଟଣା ଗ୍ରାମର ରାକେଶ ନାୟକ ଦୁଇ ବନ୍ଧୁ ମା ଙ୍କ ମନ୍ଦିର ସୁନ୍ଦରତା ପାଇଁ ୪୦,୦୦୦ ହଜାର ଟଙ୍କା ର ରଙ୍ଗ କରିଥିବା ଦେଖିବାକୁ ମିଳିଅଛି । ଏହିପରି କାର୍ଯ୍ୟ ପାଇଁ ଆର୍ଥିକ ସହଯୋଗ କରିଥିବାରେ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ସେମାନଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଅଛି।