ମା ମଙ୍ଗଳାଙ୍କ ଝାମୁଯାତ୍ରାର ପ୍ରଥମ ପାଳି ଭକ୍ତଙ୍କ ବିନା ଅନୁଷ୍ଠିତ

ନିମାପଡା  (ସନ୍ତୋଷ ଦାଶ) :   ମଙ୍ଗଳବାର ପାରମ୍ପରିକ ପ୍ରଥା ଅନୁସାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଏକ ମାସ ବ୍ୟାପି ଝାମୁଯାତ୍ରା ।   ପ୍ରଥମ ପାଳି ଯାତ୍ରା ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ କରୋନା ର ଦ୍ଵିତୀୟ ଲହରୀ ପାଇଁ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପ୍ରାତଃରେ ମାଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା । ମଧ୍ୟାହ୍ନ ରେ ବେହେରା ଶ୍ରଦ୍ଧାଳୁ ମାନେ ମନ୍ଦିର ବେଢା ପରିକ୍ରମା କରି ଓଗାଳ ଗାଇଥିଲେ. ନୀତିକାନ୍ତି ଭିତରେ ମାଙ୍କ ନେତ୍ରୋତ୍ସବ ଓ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ସେବକ ଓ ସୀମିତ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଥିଲା । ପ୍ରଥମ ପାଳି ଯାତ୍ରା ପାଇଁ କାକଟପୁର ଚଳଚଞ୍ଚଳ ହୋଇପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ