ମା ମଙ୍ଗଳାଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ

ନିମାପଡା,( ସନ୍ତୋଷ ଦାଶ): ଆଜି ପବିତ୍ର ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା।ଷୋଡଶ ଉପଚାର ର ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ପୂଜା ପଣ୍ଡା । ଆଜି ମା ଙ୍କ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା।ମା ମଙ୍ଗଳା ଙ୍କୁ ୧୦୮ଗରା ସୁବାସିଶ ଶୁଦ୍ଧ ଜଳରେ ପୂଜାପଣ୍ଡା ସେବାୟତ ମାନେ ସ୍ନାନ କରାଇ ମାଙ୍କର ସ୍ୱତନ୍ତ୍ର ମାର୍ଜନା କରିଥିଲେ । ମା ଙ୍କ ମନ୍ଦିର ଗର୍ଭ ଗୃହ ରେ ଅଖଣ୍ଡ ଦୀପ ଓ କଳସ ସ୍ଥାପନ କରାଯାଇଥିଲା। ମାଙ୍କର ଏହି ପୂଜା ମହାଷ୍ଠମୀ ପର୍ଯ୍ଯନ୍ତ ଷୋଳଦିନ ଧରି ଜାରି ରହିବ ବୋଲି କହିଛନ୍ତି ମା ଙ୍କ ପୂଜକ କମଳ ଲୋଚନ ଦିକ୍ଷୀତ।ମା ମଙ୍ଗଳା ଙ୍କୁ ଅନ୍ଯ ଦିନ ମାନଙ୍କରେ ପଞ୍ଚ ଉପଚାର ପୂଜା ନୀତି ରେ ପୂଜାର୍ଚନା କରାଯାଇଥାଏ କିନ୍ତୁ ଏହି ପାର୍ବଣ ସମୟରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରପୂଜା ନୀତି ରେ ପୂଜା କରାଯାଇଥାଏ । ଏହି ପୂଜାରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି । ଏହି ସମୟରେ ମାଙ୍କ ପୀଠରେ ଚଣ୍ଡୀପାଠ ,ସିଙ୍ଘପୂଜା ,ମନ୍ତ୍ରଜପ , କଳସ ପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଶାରଦୀୟ ପାର୍ବଣ ପୂଜା ସମୟ ରେ ପଞ୍ଚମୀ ତିଥି ଠାରୁ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଇଥାଏ। ଶାରଦୀୟ ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି । ଏହି ସମୟରେ ମାଙ୍କୁ ଦର୍ଶନ କଲେ ସବୁ ମନସ୍କାମନ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ