ମା ମଙ୍ଗଳା ଙ୍କ ମନ୍ଦିରରେ ଗହ୍ମାପର୍ବ ପାଳିତ

ନିମାପଡା, (ସନ୍ତୋଷ ଦାଶ):ପ୍ରତିବର୍ଷ ଭଳି ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିରରେ ପବିତ୍ର ଗହ୍ମାପର୍ବ ପାଳିତ ହୋଇଯାଇଛି । ଗହ୍ମାପୂର୍ଣ୍ଣମୀ ଦିନ ପ୍ରଭୂ ବଳଭଦ୍ର ଗହ୍ମା ନାମ୍ନୀ ଏକ ରାକ୍ଷସକୁ ବଧ କରିଥିବାରୁ ଏହି ପର୍ବ ଗହ୍ମାପର୍ବ ବା ଗହ୍ମା ପୂର୍ଣ୍ଣିମା ନାମରେ ନାମିତ ହୋଇଛି ବୋଲି ପୁରାଣ ରେ ବର୍ଣ୍ଣିତ ହୋଇଛି।ଉକ୍ତ କିମ୍ବଦନ୍ତୀକୁ ଆଧାର କରି ମା ମଙ୍ଗଳାଙ୍କ ମନ୍ଦିରର ଉତ୍ତର ଦ୍ୱାରରେ ଗହ୍ମା ରାକ୍ଷସର ଏକ ମୁଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ ।ସେଠାରେ ଶାନ୍ତି ହୋମ, ବନ୍ଦାପନା, ଆଳତି ଆଦି ନୀତି ସମାପନ କରାଯାଇଥାଏ । କାହିଁ କେତେ କାଳରୁ ପ୍ରଚଳିତ ଉକ୍ତ ପରମ୍ପରାକୁ ନେଇ ଏକ ଲୋକକଥା ରହିଛି ଯେ ଗହ୍ମା ରାକ୍ଷସର ମୂର୍ତ୍ତିର ମାଟିକୁ ବାଡ଼ିରେ ଲାଗିଥିବା ବିଭିନ୍ନ ଫଳ ଓ ପନିପରିବା ଗଛର ମୂଳରେ ଦେଲେ ଗଛ ହୃଷ୍ଟପୁଷ୍ଟ ହେବା ସହିତ ପ୍ରଚୁର ଫଳ ପ୍ରଦାନ କରିଥାଏ । ସେଥିପାଇଁ ମାତୃଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉକ୍ତ ମାଟିକୁ ନେଇ ନିଜ ନିଜର ବାଡ଼ି ବଗିଚାରେ ଲାଗିଥିବା ବିଭିନ୍ନ ଗଛମୂଳେ ଦିଅନ୍ତି ।ଏହି କାର୍ଯ୍ୟକୁ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ପୂଜପଣ୍ଡା ଶରତ ଦୀକ୍ଷିତ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ