ମା ମଙ୍ଗଳା ଙ୍କ ମହିଷମଦ୍ଦିନୀ ବେଶ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା । ଆଜି ମହାଷ୍ଟମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ମହିଷମଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥିଲା। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ର ଶସ୍ତ୍ର ଲାଗି କରାଯାଇଥିବା ବେଳେ ବାହାନ ସିଂହ କୁ ଗତକାଲି ମା ଙ୍କ ନିକଟରେ ଲାଗି କରାଯାଇଥିଲା। ଆଜି ମହିସାସୁର କୁ ମା ଙ୍କ ପାଦ ତଳେ ଲାଗି କରାଯିବା ସହିତ ମା ଙ୍କ ହସ୍ତ ରୁ ଏକ ତ୍ରିଶୂଳ ମହିସାସୁର ଛାତି କୁ ବଧ କରିବା ପରି ସଜ୍ଜିତ କରାଯାଇଥିଲା।ବିଳମ୍ୱିତ ରାତି ରେ ସନ୍ଧି ପୂଜା, କୁଷ୍ମାଣ୍ଡ ବଳି ପ୍ରଦାନ କରାଯାଇଥିଲା। ଆଜି ମନ୍ଦିର ରେ ଷୋଡଶ ଉପଚାର ପୂଜାପଣ୍ଡା ଭାବେ ସଞ୍ଜୟ କୁମାର ଦିକ୍ଷୀତ ଓ ପୂଜାପଣ୍ଡା ଭାବେ ସୁବାସ ଚନ୍ଦ୍ର ପାଢ଼ୀ ମା ଙ୍କ ନୀତିକାନ୍ତି ଅନୁଷ୍ଠିତ କରିଥିଲେ।ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ।