ମା ମଙ୍ଗଳା ମହୋତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ସମାରୋହ ମଧ୍ୟରେ ଉଦଘାଟିତ ହୋଇଛି ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ।ଉଦଘାଟନ ଉତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି, ଅବକାରୀ, ଓଡ଼ିଶା ଭାଷା ସାହିତ୍ୟ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗଦେଇ ଉକ୍ତ ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ମା ମଙ୍ଗଳା ଙ୍କ ମନ୍ଦିର ରୁ ଅଖଣ୍ଡ ଜ୍ୟୋତି ମଣ୍ଡପ ନିକଟକୁ ଅଣାଯିବାପରେ ଉତ୍ସବ ଆରମ୍ଭ ହୋଇଥିଲା। ଉତ୍ସବ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସଭାପତିତ୍ଵ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀମୟୀ ମିଶ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସ୍ଵପ୍ନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ଦଳ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସଙ୍ଗୀତ ଓ ନୃତ୍ୟ ରେ ଝୁମି ଉଠିଥିଲେ ସମସ୍ତ ଦର୍ଶକ ଆଉ ଅତିଥି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ