ମା ମହୁରୀ କାଳୁଆ ମନ୍ଦିରର ପରିଚାଳନା କମିଟି ବୈଠକ
ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତଥା ପର୍ଯ୍ୟଟନ ସ୍ଥଳି ଭାବେ ବେଶ ପରିଚିିତ ବ୍ରହ୍ମ୍ପୁର ଉପକଣ୍ଠସ୍ଥିତ ମା ମହୁରୀ କାଳୁଆ ମନ୍ଦିର ପରିଚାଳନା କମିଟିର ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛିି । ପରିଚାଳନା କମିଟି ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କୋଷାଧକ୍ଷ କାମେଶ୍ୱର ବିଶ୍ୱାଳ,ସାଧାରଣ ସଂପାଦକ ନାରାୟଣ ବିଷୋଇ, ସଂପାଦକ ଆନନ୍ଦ ପଟ୍ଟନାୟକ, ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ଗୈାଡଙ୍କ ସମେତ ଉପଦେଷ୍ଟା କାଶିନାଥ ବିଶୋଇ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଆଗାମି ଚୈତ୍ର ମାସରେ ହେବାକୁ ଥିବା ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ , ଆଗନ୍ତୁକ ପର୍ଯ୍ୟଟକଙ୍କ ସୁରକ୍ଷା, ଶୈାଚାଳୟ ନିର୍ମାଣ, ଦେବନୀତି , ପ୍ରସାଦ ବିତରଣ, ସମେତ ବିଭିନ୍ନ ବିସୟ ନେଇ ଆଲୋଚନା ହୋଇଯାଇଛି । ବିଷୁବ ସଂକ୍ରାନ୍ତି ରେ ହେବାକୁ ଥିବା ମାଙ୍କ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଶୈାଚାଳୟ ଓ ସ୍ନାନାଗାର ନିର୍ମାଣ ସହ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ମନ୍ଦିର ପରିସରରେ ପଲିଥିନ ବ୍ୟବହାର ସଂମ୍ପୂର୍ଣ୍ଣ ବର୍ଜ୍ୟ ସମେତ ସ୍ୱଚ୍ଛତା ଉପରେ ଦୃଷ୍ଟି ଦିଆଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଦସ୍ୟ ରୁପେ ଇଶ୍ୱର ସେଠୀ , ରାଜୀବ ପାତ୍ର, ଅରୁଣ କୁମାର ସାମଲ, ଉଲ୍ଲା ଗୈାଡ, ରମେଶ ଚନ୍ଦ୍ର ସେଠୀ , ଗନ୍ତେଇ ସ୍ୱାଇଁ, ପ୍ରଫୁଲ କୁମାର ଗୈାଡ, ରଂଜନ ସ୍ୱାଇଁ , ଉଲ୍ଲା ଗୈାଡଙ୍କ ସମେତ କୃର୍ଷ୍ଣ କେଶବ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।