ମା ରକ୍ଷାକାଳୀଙ୍କ ବାର୍ଷିକ ଉତ୍ସବ

ଧମାନଗର (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମସରପୁର ଗ୍ରାମ ରେ “ମା ରକ୍ଷାକାଳୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହା ଚୈତ ଶୁକ୍ଳ ନବରାତ୍ର ବା ନବବର୍ଷ ରେ ହୋଇଥାଏ ଯାହାକୁ ନେଇ ଏ ଗ୍ରାମ ବା ଆଖ ପାଖ ଗ୍ରାମ ଉତ୍ସବ ମୁଖର ଦେଖିବାକୁ ମିଳିଛି I ଏଠାର ଗ୍ରାମ ବାସୀ ମାନେ ଏହି ଦିନ ଉପବାସ ରହିଥିବାର ଦେଖିବାକୁ ମିଳିଥାଏ I ଏହି ପୂଜାର ସର୍ବେ ପ୍ରଥମେ କଳସ ଯାତ୍ରା ତାପରେ ମାଙ୍କ ପୂଜା ଅର୍ଚନା ରାତ୍ର 12 ଘଟିକା ରେ ମୁଖ୍ୟ ପୂଜା ଚକ୍ଷୁ ଦାନ ବ୍ରହ୍ମ ମୁହୂର୍ତ ରେ ଯଂଜ୍ଞ ଓ ପୂର୍ଣ୍ଣାହୂତି ଏହି ପୂଜାକୁ ଆଖ ପାଖ ଗ୍ରାମରସମସ୍ତ ଭକ୍ତ  ଶ୍ରଦ୍ଧା ଭକ୍ତି ସହିତ ପାଳନ କରିଥାନ୍ତି  I କାରଣ ଏହି ଗ୍ରାମର ଇଷ୍ଟ ଦେବୀ ରୂପେ “ମା ରକ୍ଷାକାଳୀ ଏ ଗ୍ରାମରେ ପୂଜା ପାଇଥାନ୍ତି. ଏଇ ଗ୍ରାମର ସମସ୍ତ ଭକ୍ତ ମାନଙ୍କ କହିବା ଅନୁଯାଇ ଯିଏ ଯାହା ମାନସିକ ରଖି ଥାଏ ମା ରକ୍ଷାକାଳୀ ତାହାକୁ ରକ୍ଷାକରିଥାନ୍ତି ବା ତାକୁ ଦୁଃଖ କଷ୍ଟରୁ ଉଦ୍ଧାର କରିଥାନ୍ତି I ଏ କମିଟିର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ଏହି ଉତ୍ସବକୁ ସୁଚାରୁ ରୂପେ ତୁଲାଯାଇଥାଏ I କାରଣ ସହ ସହ ଭକ୍ତଙ୍କ ସମାବେଶ ଏଠାରେ ଦେଖିବାକୁ ମିଳିଥାଏ. ଗ୍ରାମର ମୁଖ୍ୟ ସଦସ୍ୟଙ୍କ ଭିତରୁ ଶ୍ରୀଯୁକ୍ତ କ୍ଷେତ୍ରବାସୀ ବାରିକ ଏହାର ମୁଖ୍ୟ ପୁରାଧା ଓ ବୀରେନ୍ଦ୍ର ବାରିକ ରମାକାନ୍ତ ବେହେରା ଦାମୋଦର ମହାନ୍ତି ଗୋପୀନାଥ ସାହୁ ଉମାକାନ୍ତ ସାହୁ ପିତାମ୍ବର ଗୋଛାୟତ ଭାସ୍କର ମହାପାତ୍ର ଜଗନ୍ନାଥ ଜେନା ସୁଶାନ୍ତ ମଲ୍ଲିକ ପ୍ରମୁଖଙ୍କ ଦ୍ୱାରା ଏହି ଉତ୍ସବରେ ଭାଗନେବା ସହିତ ଆଖ ପାଖ ଗ୍ରାମର ସମସ୍ତ ସଦସ୍ୟଙ୍କ ଦ୍ୱାରା ସମ୍ଭବ ହୋଇଥାଏ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ