ମା ରକ୍ଷାକାଳୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମା ରକ୍ଷାକାଳୀ ଯୁବକ ସଂଘ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାକୁ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରିଛନ୍ତି । ସନ୍ତୋଷପୁର ପଡ଼ିଆରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଆଜି ଅନୁଷ୍ଠିତ ଉଦଘାଟନୀ ମ୍ଯାଚରେ ଯାଜପୁର ଜିଲ୍ଲା ଦଶରଥପୁରର ଜେସିସି ଟିମ୍ ଓ ଆରଡ଼ି ନିକଟ ମଠଢିଅ କ୍ରିକେଟ ଟିମ୍ ପରସ୍ପରକୁ ଭେଟିଥିଲେ। ଏଥିରେ ଜେସିସିକୁ ହରାଇ ମଠଢିଅ ଟିମ୍ ସେମିଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଥମ ଦିନର ମ୍ଯାଚକୁ ଅମ୍ପାୟାର ଭାବେ ପିନାକୀ ସାହୁ ଓ ଅବିନାଶ ଦେବତା ପରିଚାଳନା କରିଥିଲେ । ମୁକ୍ତିକାନ୍ତ ପାଢ଼ୀ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିବାବେଳେ ମନୋରଞ୍ଜନ ବେହେରା କମେଣ୍ଟ୍ରି କରିଥିଲେ । ମ୍ଯାଚର ଆନୁସଂଗିକ ସହଯୋଗୀ ଭାବେ ରାଜେଶ ସେଠୀ ଓ ଓମ ପ୍ରକାଶ ବାରିକ କାର୍ଯ୍ୟ ତୁଲାଇଥିଲେ ।


