ମା’ ରତନୀ ଅଟୋ ସଂଘର ନୂତନ ଗୃହ ପ୍ରତିଷ୍ଠା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଏନ.ଏ.ସି ନୂଆଁ ବସଷ୍ଟାଣ୍ଡ ପାଟିଗଡ଼ ରୋଡରେ “ମା’ ରତନୀ ଅଟୋ ଚାଳକ ସଂଘ” ର ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ଫେବୃଆରୀ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ଗୃହ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଅଟୋ ସଂଘର ସମସ୍ତ ସଦସ୍ୟମାନଙ୍କ ସହ ଆଲୋଚନା କରି ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସଭାପତି ଓଁମ ପ୍ରକାଶ ପ୍ରଧାନ, ଉପସଭାପତି ହାଡ଼ି ସାହୁ, ସମ୍ପାଦକ ଶଙ୍କର ଗୌଡ଼, କୋଷାଧ୍ୟକ୍ଷ ଶଙ୍କର ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ