ମା’ ରମାଦେବୀ ଥିଲେ ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଯେଉଁ ସମୟରେ ମହିଳା ମାନଙ୍କ ପାଇଁ ଘରର ଏରୁଣ୍ଡି ବନ୍ଧ ଡେଇଁବା ଚିନ୍ତାର ବାହାରେ ଥିଲା ସେହି ସମୟରେ ଏକ ରକ୍ଷଣଶୀଳ ସମାଜିକ ପରିବେଶରେ ଓଡିଶାର ପ୍ରଥମ ମହିଳା ଭାବେ ୧୯୨୧ ମସିହାରେ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରି ସମାଜ ସଂସ୍କାରରେ ନିଜକୁ ନିୟୋଜିତ କରିବା ସହ ନାରୀ ଜାଗରଣର ଅଗ୍ରଜା ଭାବରେ ରାଜ୍ୟବାସୀଙ୍କ ପାଖରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି ତ୍ୟାଗ, ତୀତିକ୍ଷା ତଥା ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ ମା’ ରମାଦେବୀ । ତାଙ୍କ ୧୨୩ତମ ଜୟନ୍ତୀ ଅବସରରେ ଅନ୍ନପୂର୍ଣ୍ଣା ମହାରଣା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମରଣ ସଭାରେ ଯୋଗଦେଇ ଆଲୋଚକ ମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସଙ୍କ ପରିଚାଳନାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ମରଣ ସଭାରେ କବି କରୁଣାକର ଦାସ, ମେଜର ଭରତ ଚନ୍ଦ୍ର ଜେନା, ଶ୍ରମିକ ନେତା ବାବାଜୀ ଧଳ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିବା ବେଳେ ଆଦିକନ୍ଦ ରାଉଳ ଆଭିମୁଖ୍ୟ ପ୍ରଦାନ ଓ ଶିକ୍ଷକ ଶରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୁଭାଂଶୁ ଦାସ, ରାମକୃଷ୍ଣ ଦାଶ, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ନୃସିଂହ ତ୍ରିପାଠୀ, ଅମୀୟ ନାୟକ, ଅଧ୍ୟାପକ ସୁଶାନ୍ତ ପାଣି, ଅଜୟ ପାତ୍ର, ରଞ୍ଜନ ବାଇ, ଅବିନାଶ ପଣ୍ଡା, ସନ୍ତୋଷ ପୋଥାଳ ପ୍ରମୁଖ ଯୋଗଦେଇ ମା’ ରମାଦେବୀଙ୍କ ପ୍ରତି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ