ମା’ ରାମଚଣ୍ଡି ଉପକୂଳ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମା’ ରାମଚଣ୍ଡି ଉପକୂଳ ବିକାଶ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗରାପୁରସ୍ଥିତ ଶିବାନମନ୍ଦ ଆଶ୍ରମ ପରିସରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ମୁଖ୍ୟ ଉପଦେଷ୍ଟା ଅନନ୍ତ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଉତ୍ତମ ମଲିକ, କେନ୍ଦ୍ରାପଡା ବ୍ଲକ ମହିଳା ସଭାନେତ୍ରୀ ଗାୟତ୍ରୀ ମହାନ୍ତି, ପିତବାସ ବେହେରା, ଶ୍ରୀଧର ମହାନ୍ତି ପ୍ରମୁଖ ଯୋଗଦେଇ ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାର ଯୁବକମାନେ ଅନ୍ୟ ରାଜ୍ୟ ଓ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ନିର୍ଯ୍ୟାତିତ ହେଉଥିବା ଓ ଅନେକ ସମୟରେ ମୃତ୍ୟୁବରଣ କରିବାରୁ ସଂପୃକ୍ତ ପରିବାରଟି ନିଶହାୟ ହୋଇପଡୁଛି । ଏଭଳି ଦୁଃଖଦ ଘଟଣା ଘଟୁଥିବା ବେଳେ ଏବେ ଆର୍ସେଲ ନିପନ ମିତ୍ତଲ ଭଳି ଏକ ବୃହତ କମ୍ପାନୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଠାରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଯାଉଥିବା ଜଣାପଡିଛି । ସେହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଜିଲ୍ଲାର ବିକାଶ ସହିତ ଆମ ଜିଲ୍ଲାର ବେକାର ଯୁବକ/ଯୁବତୀମାନଙ୍କର ମଧ୍ୟ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ତେଣୁ ଏଭଳି ଏକ ସୁଯୋଗ ଆମ୍ଭମାନଙ୍କୁ ମିଳିଥିବାରୁ ଆମ୍ଭେମାନେ ମିଳିତ ଭାବରେ ଏହି ପ୍ରକଳ୍ପକୁ ସମର୍ଥନ କରିବା ଆବଶ୍ୟକ । କୈାଣସି ବି ପରିସ୍ଥିତିରେ ଏଭଳି ଏକ ବିକାଶମୂଳକ ପ୍ରକଳ୍ପକୁ କେହି ବିରୋଧ ନକରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସମ୍ପାଦକ ଲକ୍ଷ୍ମୀଧର ପଲାଇ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭବାନିଶଙ୍କର ସାହୁ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ସୁଧାଂଶୁ ଜେନା, ପ୍ରାକ୍ତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ, ପ୍ରାକ୍ତନ ସରପଞ୍ଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସୁମିତ୍ରା ପାଢୀ, ପୈାରାଞ୍ଚଳ ମିଶନଶକ୍ତି ସଭାନେତ୍ରୀ ସ୍ୱପ୍ନା ସିଂ, ସଶ୍ମିତା ପଣ୍ଡା, ସମ୍ପଦ ପରିଡା, ଧରିତ୍ରୀ ନାୟକ, ଶୈଳବାଳା ସାମଲ, ସୁଧାଂଶୁ ଜେନା,ସର୍ବେଶ୍ୱର ମଳିକ, ପ୍ରତାପ ବିଶ୍ୱାଳ, ବସନ୍ତ ମଳିକ, ଜ୍ଞାନରଞ୍ଜନ ସାହୁ, ସଞ୍ଜୀବ କୁମାର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖି ଜିଲ୍ଲାର ସମୁହ ସ୍ୱାର୍ଥ ଦୃଷ୍ଟିରୁ ଷ୍ଟିଲ ପ୍ଲାଣ୍ଟକୁ ସ୍ୱାଗତ କରିଥିଲେ । ଶେଷରେ ମାଗୁଣି ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ