ମା ରାମଚଣ୍ଡୀଙ୍କ ବଗଳାମୁଖୀ ବେଶ
ନିମାପଡ଼ା, (ସନ୍ତୋଷ ଦାସ):ଆଜି ଠାରୁ ଦେବୀ ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ପୂଜା ର ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ପୂଜା ର ପ୍ରଥମ ଦିବସ ରେ ପୁରୀ ଜିଲ୍ଲା କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ବଗଳାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।ଏଠି ମା ଦଶଭୁଜା ମହିଷ ମର୍ଦିନୀ ଦୂର୍ଗା ବେଶରେ ବନ ଦୂର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି । ଆଜି ପ୍ରତ୍ୟୁଷରୁ ମାଙ୍କ ସ୍ନାନ ,ସକାଳ ଆଳତି,ବେଶ,ସୂର୍ଯ୍ୟ ପୂଜା ,ଦ୍ଵାରପାଳ ପୂଜା ,ବଲ୍ଲଭ,ଖଇ ଭୋଗ,ଖେଚୁଡି ଭୋଗ ପରେ ସାହାଣମେଲା, ଦୁଇ ବେଳା ଚଣ୍ଡୀ ପାଠ ,ଦ୍ଵିପ୍ରହର ଭୋଗରେ ମାଙ୍କ ନିକଟରେ ବେଲ ପତ୍ର ପଡି ପୋଡା ମାଛବଳୀ , ମାଛ ବେସର , ଅନ୍ନ,ଡାଲି ,ଏଣ୍ଡୁରି ପିଠା ନୈବେଦ୍ୟ ଦିଆଯାଇଥିଲା । ପରେ ମା ବଗଳା ମୁଖୀ ବେଶରେ ଦର୍ଶନ ଦେଇଥିଲେ । ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତି ,ପୁନଃ ଚଣ୍ଡୀ ପାଠ ,ରାତ୍ରି ଭୋଗ , ବଡ ସିଂହାର ବେଶ ପରେ ପହଡ ପଡିଥାଏ । ନବଦିନାତ୍ମକ ପୂଜାରେ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରୁ ଆସିଥିବା ସେବକ ପରିବାର ଭକ୍ତ ମା ଙ୍କୁ ମହାପ୍ରଭୁ ଙ୍କ ନାକଚଣା ଲାଗି କରିଥିଲେ ବୋଲି କହିଛନ୍ତି ମା ଙ୍କ ସେବକ ପ୍ରକାଶ ପଣ୍ଡା। ମାଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।


