ମା ରାମଚଣ୍ଡୀ ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଖୁଣ୍ଟି ଆଜି, ଡ଼ି ଏସ ପି ଅନୁଧ୍ୟାନ କଲେ ଟ୍ରାଫିକ ଓ ପାର୍କିଙ୍ଗ ବ୍ୟବସ୍ତା

ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରସିଦ୍ଧଐତିହ୍ୟପୀଠ ମା ରାମଚଣ୍ଡୀ ଙ୍କ ପୀଠ ରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଉ ମାତ୍ର ୪ଦିନ ଥିବା ବେଳେ ଆସନ୍ତା କାଲି ଶୁଭଖୁଣ୍ଟି ସ୍ଥପନ ହେବ l ଶୁଭ ଖୁଣ୍ଟି ସକାଳ୮.୪୧ ରେ ଅନୁଷ୍ଠିତ ହେବ l ପ୍ରତିଷ୍ଠା କାର୍ଯ୍ୟକ୍ରମ ର ସପ୍ତଯଜ୍ଞ ପାଇଁ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କ ରେ ମନ୍ଦିର କମିଟି ଅନୁରୋଧ କ୍ରମେ ଡ଼ି ଏସ ପି ଡ଼ି ଆଇ ବି ଅଜୟ କୁମାର ମିଶ୍ର, ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ପ୍ରମୁଖ ଅଧିକାରୀ ପହଞ୍ଚି ମନ୍ଦିର ର ସମସ୍ତ କାର୍ଯ୍ୟ ବୁଲି ଦେଖିଥିଲେ l ପ୍ରତିଷ୍ଠା ସ୍ଥଳୀ, ନାମ ଯଂଜ୍ଞ ଅନ୍ନଯଂଜ୍ଞ, ସମେତ ଅନ୍ୟାନ୍ୟ ଯଜ୍ଞ ସ୍ଥଳୀ ବୁଲି ଦେଖିଥିଲେ l ରାସ୍ତା ରେ ଭକ୍ତ ମାନେ ଆସିବା ବେଳେ ଟ୍ରାଫିକ ବ୍ୟବସ୍ଥା କିପରି ହେବ ଡ଼ି ଏସ ପି ଶ୍ରୀ ମିଶ୍ର କମିଟି ର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା କେଡରପି ପି ରାଜେଶ ମିଶ୍ର ସରପଞ୍ଚ ଅଜୟ ନାୟକ ଙ୍କ ସହିତ ଆଲୋଚନା କରିଥିଲେ l ଏଥିସହ ମୀନା ବଜାର ରାମ ଦୋଳି ଏବଂ ପାର୍କିଙ୍ଗ ସ୍ଥାନ ଦେଖିଥିଲେ l ସ୍ଥାନୀୟ ସରପଞ୍ଚ ଅଜୟ କୁମାର ନାୟକ ଉପସ୍ଥିତ ଥାଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ମନ୍ଦିର ର ସମସ୍ତ କାର୍ଯ୍ୟ ଜୋର ସୋର ଚାଲିଛି l ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ