ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ୨୭ ଦିନରେ : ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ କଲେ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ବୁଧବାର ୨୭ ଦିନରେ ପହଂଚିଛି । ଆଜି ମାଙ୍କ ଘଟ ସହର ସ୍ଥିତ ଚର୍ଚ୍ଚରୋଡ୍ ପରିକ୍ରମା କରିଛନ୍ତି । ମା ରାମାୟାଣାମ୍ମା ଙ୍କୁ ଦର୍ଶନ କରିବା ଲାଗି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ଆସି ମାଙ୍କୁ ଦର୍ଶନ କରିଛନ୍ତି । ସାଂସଦ ଓ ବିଧାୟକଙ୍କ ସହ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ, ଦେବାଶିଷ ମିଶ୍ର, କେ. ରମେଶ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା,ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, କିଶୋର ଚନ୍ଦ୍ର ସେନାପତି, ବିଜେଡ଼ି ନଗର ସଭାପତି ବି. ରଜୁବାବୁ, 20ନଂ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ,ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରଫୁଲ କୁମାର ପଟ୍ଟନାୟକ, ସନମୁଖ ପଟ୍ଟନାୟକ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଛତ୍ରପୁର ଓକିଲ ସଂଘ ର ସମ୍ପାଦକ ଏଲ. ଗୋପାଳ ରାଓ ଏବଂ ବହୁ ଜନ ସାଧାରଣ ସ୍ଥାନୀୟ ଚଣ୍ଡୀଛକ ଠାରୁ ଶୋଭାଯାତ୍ରାରେ ଆସି ମାଙ୍କ ଦର୍ଶନ କରିଛନ୍ତି । ସେଠାରେ ଯାତ୍ରା କମିଟି ମ୍ୟାନଜର କେ. ଚନ୍ଦ୍ର ଶେଖର ରେଡ୍ଡୀ ଉଭୟ ବ୍ରହ୍ମପୁର ସାଂସଦ ଓ ବିଧାୟକ ଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଙ୍କୁ ଉପଢୋକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ l ସେହିପରି ବହୁ ଭକ୍ତ ମାନେ ମଧ୍ୟ ମାଙ୍କ ଘଟ ପରିକ୍ରମା ବେଳେ ଛତ୍ରପୁର ଏବଂ ଆଖପାଖ ଅଂଚଳରୁ ଆସି ମା ଙ୍କୁ ଦର୍ଶନ କରିଥିଲେ । ମା ଙ୍କ ଘଟ ସମ୍ମୁଖରେ ଆନ୍ଧ୍ରା କାଳୀ ନୃତ୍ୟ, କାଳୀ ନୃତ୍ୟ, ବିଭିନ୍ନ ଦେବାଦେବୀଙ୍କ କଣ୍ଢେଇ ପ୍ରଦର୍ଶନ କରାଯାଇଥିଲା । ଏହା ଦେଖିବା ଲାଗି ଛତ୍ରପୁର ସହର ଚଳଚଂଚଳ ହୋଇ ପଡିଥିବା ବେଳେ ସାରା ସହର ଉତ୍ସବମୁଖର ହୋଇପଡିଛି । ସହରର ମୁଖ୍ୟ ରାସ୍ତାକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଦିନକୁ ଦିନ ପସରା ମେଲୁଥିବା ଦେଖି ବାକୁ ମିଳିଛି । ସେହିପରି ସହରର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେବାଦେବୀଙ୍କ ମେଢ ଲୋକଙ୍କୁ ଅଧିକ ଆକର୍ଷିତ କରିବାରେ ଲାଗିଛି । ମାଙ୍କ ଯାତ୍ରା ଶେଷ ହେବାକୁ ଆଉ ଅଳ୍ପ ଦିନ ରହିଥିବାରୁ ଆଜି ପ୍ରବଳ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଛି । ଏହାସହିତ ମୀନା ବଜାର ଓ ରାମ ଦୋଳି ରେ ମଧ୍ୟ କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ ବୟସ୍କ ପର୍ଯ୍ୟନ୍ତ ଭିଡ ଜମିଥିବା ଦେଖିବାକୁ ମିଳିଛି ।


