ମା ର ମୃତ୍ୟୁ ପରେ, ଛୁଆ ହାତୀ ଉପରେ ନଜର ରଖିଛି ବନ ବିଭାଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟର ପିତାନାଉ ଜଙ୍ଗଲରେ ଗତ ୭ତାରିଖ ଦିନ ଏକ ମାଈ ହାତୀର ମୃତ୍ୟୁ ଘଟିବା ପରେ ତାଛୁଆ ହାତୀଟି ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି। ମା ହାତୀଟି ମରି ପଡିଥିବା ବେଳେ ଛୁଆ ହାତୀଟି ଆସି ମା ପାଖରେ ଠିଆ ହୋଇ ଉଠାଇବାକୁ ଚେଷ୍ଟା କରୁଥିବା ଫଟୋ ଭାଇରଲ ହେବା ପରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ହାତୀ ଛୁଆର ବୟସ ୫ବର୍ଷ ପାଖା ପାଖି ହେବ ବୋଲି ରେଞ୍ଜର ମାର୍ଶାଲ କିସ୍କୁ କହିଛନ୍ତି। ମା ମରିଯିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହାତୀ ଛୁଆଟି ମା ଚାରିପାଖେ ଘୁରିବୁଲିବା ସହିତ ମା କୁ ଉଠାଇବାକୁ ଚେଷ୍ଟା କରିଥିଲା। ମା ନ ଉଥିବାରୁ ହାତୀ ଛୁଆଟି ଜଙ୍ଗଲ ଭିତରକୁ ପଳାଇଥିଲା ଓ ତା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ