ମା ଶାଙ୍କୁଳେଇ ପୀଠ ପରିସରରୁ ଚୋରି, ଦୁଇ ଗିରଫ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନାର ବାଲିପଦର ପୋଲିସ ଫାଣ୍ଡି ଅନ୍ତର୍ଗତ ଅନ୍ତରପଡାର ମା ଶାଙ୍କୁଳେଇ ମନ୍ଦିର ପରିସରରେ ଥିବା ଏକ ଘରୁ ଜଣେ ଠିକାଦାରଙ୍କ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିଲା। ଠିକାଦାର ଜଣଙ୍କ ବାଲିପଦର ପୋଲିସ ଫାଣ୍ଡିରେ ଅଭିଯୋଗ ପରେ ବୁଗୁଡା ପୋଲିସ ଥାନା କେଶ ନଂ ୬୭୩/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ବାଲିପଦର ଓଆଇସି ସମୀର କୁମାର ବେହେରାଙ୍କ ନେତୃତ୍ବରେ ଅନୁସନ୍ଧାନ ହୋଇ ଅନ୍ତରପଡା ଗ୍ରାମର କବିରାଜ ଜେନା ଓ ମାଣିବନ୍ଧ ଗ୍ରାମର ଗଙ୍ଗାଧର ବିଷୋୟୀଙ୍କୁ ଚୋରି ଅଭିଯୋଗରେ ଗିରଫ କରି ସେମାନଙ୍କ ଠାରୁ ଚୋରି ହୋଇଥିବା ଗ୍ୟାସ ସିଲିଣ୍ଡର ୪ ଗୋଟି, ଗ୍ୟାସ ଚୁଲା ଏକ ଗୋଟି, କଟର ମେସିନ ଏକ ଗୋଟି, ଡ୍ରିଲ ମେସିନ ଏକ ଗୋଟି ଏବଂ ହଣ୍ଡା,ପ୍ରେସର କୁକର ଓ ଅନ୍ୟାନ୍ୟ ରୋଷେଇ ହେଉଥିବା ଜିନିଷ ଜବତ ହୋଇଅଛି। ଆଜି ଆସମୀ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।