ମା ଶୀତଳା ଠାକୁରାଣି ବୀର ପାଇକ ଆଖଡା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡ କୁ ସହାୟତା
ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ଫଣ୍ଡ କୁ ବହୁ ବର୍ଗର ଲୋକମାନେ ସହାୟତା ପ୍ରଦାନ କରିଆସୁଛନ୍ତି । ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତ ଗଙ୍ଗାପୁର-୧ ଗ୍ରାମର ମା ଶୀତଳା ଠାକୁାରଣୀ ବୀର ପାଇକ ଆଖଡା ପକ୍ଷରୁ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପଣ୍ଡ କୁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ସଭାପତି ଗୋବିନ୍ଦ ନାହାକ, ସଂପାଦକ ଶ୍ରୀପତି ଖୁଂଟିଆ ଓ ଶିକ୍ଷକ ସାମ୍ବାରିଆ ଖୁଂଟିଆ ପ୍ରମୁଖ ସୂଚନା ଦେଇଛନ୍ତି ।


