ମା’ ସରସ୍ଵତୀ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ଓ ବ୍ଲଡ଼ ଗୃପ ଚିହ୍ନଟ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମା’ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ବ୍ଲଡ଼ ଗୃପ ଚିହ୍ନଟ ଓ କର୍କଟ ରୋଗ ନିରାକରଣ ଶିବିର ଅକ୍ଟୋବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ, ଟେକ୍ନିସିଆନ କାଳୀ ଚରଣ ସାହୁ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ୧୦୫ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବ୍ଲଡ଼ ଗୃପ ନିର୍ଣ୍ଣୟ କରିଥିଲେ। ଡାକ୍ତର ଶ୍ରୀ ରାଉତ କର୍କଟ ରୋଗର କାରଣ ଓ ପ୍ରତିକାର ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ଓ ସେବକ ରମେଶ ବେହେରାଙ୍କ ସମେତ ଶିକ୍ଷାନୁଷ୍ଠାନର ସମ୍ପାଦକ ପିତାମ୍ବର ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଏବଂ ଗୁରୁଜୀ ଓ ଗୁରୁମା ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ