ମା ସିଦ୍ଧିଦାତ୍ରୀଙ୍କର ବ୍ରହ୍ମଚାରିଣୀ ବେଶ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଜଗତସିଂହପୁର ବ୍ଳକ ଅନ୍ତର୍ଗତ ସରମ୍ବୋସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବା ଶ୍ରମରେ ସୋମବାର ପବିତ୍ର ଶାରଦୀୟ ପାର୍ବଣର ଷୋଡଶ ଉପଚାର ପୂଜାର ନବମ ଦିବସ ଓ ନବରାତ୍ର ପୂଜାର ଦ୍ୱିତୀୟ ଦିବସରେ ମା ସିଦ୍ଧିଦାତ୍ରୀଙ୍କୁ ବ୍ରହ୍ମଚାରୀଣୀ ବେଶରେ ସୁସଜ୍ଜିତ କରାଯଇାଥିଲା । ଯଥାରୀତି ପୂଜାର୍ଚ୍ଚାନା ପରେ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଗୋକୁଳା ନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ଏହି ବେଶ କରାଯଇାଥିଲା । ମା ଙ୍କର ଏହି ପାର୍ବଣୀୟ ବେଶ ଦେଖିବାକୁ ଆଖ ପାଖ ଅଂଚଳର ଶ୍ରଦ୍ଧାଲୁ ଙ୍କର ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ସଂପାଦକ ଅକ୍ଷୟ ମିଶ୍ର ପରିଚାଳନା କରିଥିଲେ ।