ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ)ଝାରପଡ଼ାସ୍ଥିତ ନିଳାଦ୍ରୀ ନଗର ମଙ୍ଗରାଜ ଛକଠାରେ ମା ସିଦ୍ଧତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ଦିନ ଅପରାହ୍ନ୪.୩୦ ମିନିଟ୍ ସମୟରେ ଆଜ୍ଞାମାଳ ଓ ଅଖଣ୍ଡଜ୍ୟୋତି ମଣ୍ଡପ ପ୍ରବେଶ କରିବା ସହିତ ଅଙ୍କୁରାରୋପଣ, ଅଧିବାସ କର୍ମ ଓ ମଣ୍ଡଳୀକରଣ ସମ୍ପନ୍ନ ହୋଇଛି । ଆସନ୍ତା କାଲି କଳସ ଯାତ୍ରା, ପଞ୍ଚକର୍ମ,ଧରିତ୍ରୀ ପୂଜା, ସୂର୍ୟ୍ୟ ପୂଜା ହେବାକୁ ଥିବା ବେଳେ ବୁଧବାର ଗୁରୁପୂଜା, ମନ୍ଦିର ନ୍ୟାସ, ଶିଖରକଳସ ପ୍ରତିଷ୍ଠା, ଦେବତା ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏଥିସହିତ ଗୁରୁବାର ଦିନ ନବଯୌବନ ଦର୍ଶନ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୂତି କାର୍ୟ୍ୟକ୍ରମ ସହିତ ଭଜନ କାର୍ୟ୍ୟକ୍ରମଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଭୁବନେଶ୍ୱର ସହିତ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଯୋଗଦେବେବୋଲି ନିଳାଦ୍ରୀ ନଗରୱେଲଫେୟାର ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଗୋରାଚାନ୍ଦ ମଙ୍ଗରାଜ, ସମ୍ପାଦକପୁରୁଷୋତ୍ତମ ପାଇକରାୟ, ବିଶିଷ୍ଟ ସମାଜସେବୀ ବିକ୍ରମ ପାତ୍ର, ମନ୍ଦିର ଟ୍ରଷ୍ଟ ସଭାପତି ସୁକାନ୍ତଆଚାର୍ୟ୍ୟ, ସମ୍ପାଦକ ଶଶୀଭୂଷଣ ମହାପାତ୍ର ଏବଂ ଉପସଭାପତି ଶିବ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।