ମା ‘ ସ୍ଵପ୍ନେଶ୍ଵରୀ ସନ୍ତୋଷୀମା ମନ୍ଦିରର ଚତୁର୍ଥ ବାର୍ଷିକ ମହୋତ୍ସବ ଉଦଯାପିତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ପ୍ରମୁଖ ସ୍ଥାନ ଚୁନିଦା କ୍ଷେତ୍ରବାସୀ ଠାରେ ମାଆ ସ୍ଵପ୍ନେସ୍ୱରୀ ସନ୍ତୋଷୀ ମାଆଙ୍କ ଚତୁର୍ଥ ବାର୍ଷିକ ପୂଜା ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ, ଧୂଷୁରୀ ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ, ସାମ୍ବାଦିକ ରାଜକିଶୋର ବାରିକ୍,ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଓ କାର୍ଯ୍ୟକାରୀ ସଭାପତି କୁଞ୍ଜଲତା ମାହୁନ୍ତ, ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା, ଗଛ ର ମଣିଷ କୃଷ୍ଣ ଚନ୍ଦ୍ର ବେହେରା, ସମାଜ ସେବୀ ମହେଶ୍ୱର ଲେଙ୍କା , ସମାଜସେବୀ ଗୌର ହରି ଜେନା ତଥା ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ । ବାର୍ଷିକ ଉତ୍ସବ ଅବସରରେ ପ୍ରାତଃ କାଳରେ ଗ୍ରାମ ବାସୀ ମାନେ ପୁଷ୍କରିଣୀ ରୁ ଘଟପୂର୍ଣ୍ଣ କରି ଦେବୀ ଙ୍କ ଆସ୍ଥାନ ରେ ଏହାକୁ ସ୍ଥାପନ କରିଥିଲେ। ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚାରା ଅଙ୍କୁରୋପଣ ପ୍ରଭୃତି ବୈଦିକ ରୀତିନୀତି ଅନୁଯାୟୀ କର୍ତ୍ତା ବାସନ୍ତୀ ପରିଡା, ପିତାମ୍ବର ପରିଡା ଙ୍କ ଦ୍ଵାରା ସଂପନ୍ନ ହୋଇଥିଲା। ପରେ ପଣ୍ଡିତ କମଳାକାନ୍ତ ମିଶ୍ର ଓ କାଳନ୍ଦୀ ପାଣିଗ୍ରାହୀଙ୍କ ସୁଲଳିତ କଣ୍ଠରୁ ବେଦମନ୍ତ୍ର ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଉଦଯାପନୀ ଅବସର ରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥିଲା l