ମା’ ହେବାକୁ ନେଇ ମୁହଁ ଖୋଲିଲେ ଦୀପିକା, ଦେଲେ ଏଭଳି ଉତ୍ତର

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା “ଛପାକ’ର ସୁଟିଂ ପୂରା କରି ସାରିଛନ୍ତି । ସେ ଏବେ ନିଜର ଦ୍ୱିତୀୟ ସିନେମା “୮୩’କୁ ନେଇ ବ୍ୟସ୍ତ ଅଛନ୍ତି । ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଗୁଜବ ଉଠିଛି ।
ରଣବୀର ସିଂହ ଓ ଦୀପିକ ପାଦୁକୋନ୍‌ଙ୍କ ବିବାହ ପରେ ଦୀପିକା ଅନ୍ତସତ୍ତ୍ୱା ଥିବା ନେଇ ଅନେକ ସମୟରେ ଗୁଜବ ଉଠି ଆସିଛି । ଏ ପ୍ରସଙ୍ଗରେ ଦୀପିକାଙ୍କୁ ପ୍ରଶ୍ନ କରାଗଲା ସେ ସବୁବେଳେ ଏହାକୁ ଅଣଦେଖା କରି ମଜାରେ ଉଡାଇ ଦେଇଥାଆନ୍ତି । ଚଳିତ ଥର ସେ ଏହାକୁ ନେଇ ନିଜ ମତ ରଖିଛନ୍ତି । ନିକଟରେ ଦୀପିକା ମା’ ହେବାକୁ ନେଇ ମୁହଁ ଖୋଲି କହିଛନ୍ତି, “ରଣବୀର ଓ ମୁଁ ପିଲାମାନଙ୍କୁ ବହୁତ ଭଲ ପାଉ । କିନ୍ତୁ ଏବେ ଆମେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛୁ । ସନ୍ତାନ ପାଇଁ ଏବେ ଆହୁରି ସମୟ ବାକି ଅଛି । ତେଣୁ ଅଯଥାରେ ସୋସିଆଲ ମିଡିଆରେ ଯେଉଁ ଗୁଜବ ଉଠୁଛି । ତାହାକୁ ବିଶ୍ୱାସ କରନ୍ତୁ ନାହିଁ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ