ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ର ବେବୋ

ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ର ବେବୋ ଓରଫ କରିନା କପୁର ଖାନ୍‌। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଜଣାଇଛନ୍ତି। ଆମ ଘରକୁ ନୂଆ ସଦସ୍ୟ ଆସିବାକୁ ଯାଉଛି। ସମସ୍ତ ଶୁଭଚିନ୍ତକମାନଙ୍କୁ ଭଲପାଇବା ଏବଂ ଧନ୍ୟବାଦ ସେ ଜଣାଇଛନ୍ତି। ୨୦୧୬ ଡିସେମ୍ବର ୨୦ରେ କରିନା ତୈମୁରଙ୍କୁ ଜନ୍ମ ଦେଇଥିଲେ। ପ୍ରଥମ ଥର ଗର୍ଭବତୀ ଥିବାକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ପରଦାରେ ବେଶି ନଜର ଆସି ନ ଥିଲେ ହେଁ ସେ କାମ କରିବା ବନ୍ଦ କରି ନ ଥିଲେ। ବେବି ବମ୍ପ ସହ ସେ ର଼୍ୟାମ୍ପ ଓ୍ବାର୍କ ମଧ୍ୟ କରିଥିଲେ। ଏବେ ତୈମୁର ୪ ବର୍ଷର ହୋଇଛନ୍ତି। ଏପରିସ୍ଥଳେ ବେବୋଙ୍କ ପୁଣି ମା’ ହେବା ଖବର ଜାଣିବା ପରେ ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।ତୈମୁର ଜନ୍ମ ହେବା ପରେ କରିନା ଫିଲ୍ମରୁ ଲମ୍ବା ବିରତୀ ନେଇଥିଲେ। ଏହାର ଅନେକ ଦିନ ପରେ ବିରେ ଦି ଓ୍ବେଡିଂ, ଗୁଡ ନ୍ୟୁଜ୍‌ ଏବଂ ଅଂଗ୍ରେଜୀ ମିଡିୟମରେ କାମ କରିଥିଲେ। ଏବେ ସେ ତଖ୍‌ତ ଏବଂ ଲାଲ୍‌ ସିଂ ଚଢ଼୍‌ଢ଼ାରେ କାମ କରୁଛନ୍ତି। ଏପରିସ୍ଥଳେ କରିନା ପୁଣି ଥରେ ଗର୍ଭବତୀ ଥିବା ଯୋଗୁ ଫିଲ୍ମର ରିଲିଜ ଡେଟ୍‌ ଘୁଞ୍ଚା ଯାଇଥିବା ନେଇ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ