“ମିଛୁଆ ରାଧୁଆ’ ନାଟକ ମଞ୍ଚସ୍ଥ

ନିରାକାରପୁର (ଯୁଗାଦ୍ଦ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଡିଆ ପଞ୍ଚାୟତ କାଶିପୁର ଗ୍ରାମରେ ଶନିବାର ରାତିରେ ମା ଭୈରବୀ ଯୁବ ପରିଷଦ ଆନୁକୂଲ୍ୟରେ ଗାଁ ଯୁବକଙ୍କ ଦ୍ୱାରା ମିଛୁଆ ରାଧୁଆ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସାମାଜିକ କର୍ମୀ କାଳୁ ଚରଣ ଖଣ୍ଡେଇତରାୟ, ମାନସ ପଟ୍ଟନାୟକ, ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ, ଆଇନୀଜୀବୀ ମଳୟ ରଞ୍ଜନ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଚରଣ ଦଳେଇ, ସ୍ଥାନୀୟ ସରପଞ୍ଚ ମମତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାରିଆଡେ ଏହି ପରମ୍ପରା ହଜିବାକୁ ବସିଥିବା ବେଳେ କସିପୁର ଯୁବକ ଗୋଷ୍ଠୀ ଏହାକୁ ବଞ୍ଚେଇ ରଖିଥିବାରୁ ଏହାକୁ ପ୍ରସଂଶା କରିଥିଲେ । ଏହି ନାଟକ ଦ୍ୱାରା ଗାଁରେ ଭାଇଚାରା ସୃଷ୍ଟି ହେବା ସହିତ ଗ୍ରାମ୍ୟ କଳାକାରଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ପ୍ରୟାସ ବୋଲି ଅନୁଷ୍ଠାନ ଆବାହକ ସନୋଷ କୁମାର ଦଳେଇ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ