ମିଛ ଅଭିଯୋଗକୁ ନେଇ ଗ୍ରାମରେ ଉତ୍ତେଜନା

ହାଟଡିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତର ଶାଳବଣୀ ଗ୍ରାମରେ ଏକ ମିଛ ଅଭିଯୋଗକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ମିଥ୍ୟା ମାମଲା ବିରୁଦ୍ଧରେ ଅଭିଯୋଗ କରିବାକୁ ନନ୍ଦିପଦା ଥାନାକୁ ଆସିଥିବାବେଳେ ପୁଲିସ ସେମାନଙ୍କୁ ଘଉଡାଇ ଦେଇଥିବା ଜଣାଯାଇଛି । ଗ୍ରାମବାସୀଙ୍କ ସୁତ୍ରରୁ ପ୍ରକାଶ ଯେ ନସିରିପୁର ଗ୍ରାମର ଜଣେ ଯୁୁବତୀଙ୍କୁ ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଗ୍ରାମର କାହ୍ନୁ ଚରଣ ଜେନା ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଥିଲା । କାହ୍ନୁ ଯୁବତୀଙ୍କ ଘରକୁ ଯିବା ଆସିବା କରିବା ସହିତ ବିବାହର ପ୍ରଲୋଭନ ଦେଖାଇ ଶାରୀରକ ସମ୍ପର୍କ ରଖି ିଆସୁଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲା । କିନ୍ତୁ ଯୁବତୀର ବାପା ମା ଏହା ଜାଣିବାପରେ ବିବାହ ପାଇଁ ଦିନ ଧାର୍ଯ୍ୟ କରିବାକୁ କହିବାରୁ ଯୁବକ ଜଣକ ଆଉ ଧରାଛୁଆଁ ଦେଇ ନଥିଲା । ଫଳରେ ଯୁବତୀ ଜଣକ ବାଧ୍ୟହୋଇ ଯୁବକଙ୍କ ଘରକୁ ଯାଇ ରହିଥିଲା । କିନ୍ତୁ ଯୁବକ ଜଣକ ରାଜି ହେଉ ନଥିବା କହି ଯୁବକଙ୍କ ପରିବାର ଲୋକେ ଯୁବତୀକୁ ଧମକ ଚମକ ଦେଇଥିଲେ । ଯୁବତୀ ଓ ତାଙ୍କ ପରିବାର ଲୋକେ ଏନେଇ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ଡାକି ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମାତ୍ର ଗ୍ରାମବାସୀଙ୍କ ନିଷ୍ପତିକୁ ଯୁବକଙ୍କ ପରିବାର ଲୋକେ ମାନି ନଥିଲେ । ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁନେଇ ଯୁବକଙ୍କ ପରିବାର ସହ ଗ୍ରାମବାସୀଙ୍କ ମତଭେଦ ହୋଇଥିଲା । ଗତ କାଲି ଯୁବକଙ୍କ ପରିବାର ଲୋକେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପାଖରୁ ଅଭିଯୋଗ ସମ୍ପର୍କରେ ଜାଣିବାପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ଏହି ଅଭିଯୋଗକୁ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବାସହ ମିଥ୍ୟା ଅଭିଯୋଗ ବିରୁଦ୍ଧରେ ପୁଲିସକୁ ସାକ୍ଷାତକରି ଅଭିଯୋଗ ଜଣାଇବାକୁ ଆସିଥିବାବେଳେ କରୋନା କଟକଣା ସମୟରେ ଏତେ ସଂଖ୍ୟକ ଲୋକ ଥାନାକୁ ଆସିଥିବାରୁ ପୁଲିସ ସେମାନଙ୍କୁ ଘଉଡାଇ ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ