ମିଛ ଗୁଜବ ପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମୁଁ କେ. ନାରାୟଣ ରାଓ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡିର ବିଧାୟକ, ଦୀର୍ଘଦିନ ଧରି ମୁଁ ବିଜେପି ଦଳରେ ରହିଆସିଛି ଏବଂ ସବୁଦିନ ପାଇଁ ରହିଥିବି ମଧ୍ୟ. ହେଲେ କିଛି ସାମାଜିକ ଗଣ ମାଧ୍ୟମ, ୱେବ୍ଚ୍ୟାନେଲରେ ମୁଁ ପାରଳା ବିଧାୟକ କେ. ନାରାୟଣ ରାଓ ଭାଜପା ଛାଡି ଅନ୍ୟ ଦଳରେ ଯୋଗ ଦେବା ନେଇ ଖବର ପ୍ରକାଶ ପାଇଛି. ଏହା ଶୁକ୍ରବାର ବିଭିନ୍ନ ଫେସବୁକ ଓ ୱାଟସଆପରେ ଭାଇରାଲ ହୋଇଛି. ତେବେ ଏହି ଖବର ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ। କିଛି କୁଚକ୍ରୀ ନିଜ ସ୍ବାର୍ଥ ପାଇଁ ଏଭଳି ଗୁଜବ ସୃଷ୍ଟି କରୁଛନ୍ତି। ଦଳୀୟ କର୍ମୀ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରିବା ପାଇଁ ଏଭଳି ଏକ ଗୁଜବ ପ୍ରଚାର ଚାଲିଛି. କେତେକ ବିରୋଧୀଙ୍କ ଇଙ୍ଗିତରେ କେହି ଏଭଳି ଅପପ୍ରଚାର କରୁଥିବା ପାରଳା ବିଧାୟକ କେ, ନାରାଯ ରାୟଣ ରାଓ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି


