ମିଟର ରିଡର୍ ଶ୍ରମିକ ସଂଘର ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବାଇପାସ ରୋଡ଼ ସ୍ଥିତ ଡୁଡୁଆ ବାଞ୍ଚେଶ୍ଵର ପୀଠରେ ସାଉଥକୋ ମିଟର ରିଡର୍ ଶ୍ରମିକ ସଂଘର ମାସିକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଡିଭିଜନ ମିଟର ରିଡର୍ ମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟୁତ ଦାୟିତ୍ୱ ଟାଟା ପାୱାର ଗ୍ରହଣ କରିବା ଠାରୁ ଠିକା କର୍ମଚାରୀ ମାନଙ୍କ ଉପରେ ରହିଥିବା ଚାପ ଏବଂ ଶୋଷଣ ନୀତି ଉପରେ ପ୍ରତିବାଦ କ୍ଷୋଭ ପ୍ରକାଶ କରାଯିବା ସହ ଆଗାମୀ ଦିନରେ ସମସ୍ତ ମିଟର ରିଡର୍ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି ହେବା ନେଇ ଆଲୋଚନା ହୋଇଥିଲା। କାର୍ଯ୍ୟ କରୁଥିବା ସମସ୍ତ ମିଟର ରିଡର୍ ଠିକାଦାର ଏବଂ ଉପରସ୍ତ ଅଧିକାରୀ ମାନଙ୍କ ଚାପର ବଶବର୍ତ୍ତୀ ନ ହୋଇ ସ୍ଵାଧୀନ ଭାବରେ କିପରି କାର୍ଯ୍ୟ କରିବେ ଏନେଇ ସଂଘର ସଦସ୍ୟ ନିବାସ ସାହୁ ସମସ୍ତଙ୍କୁ ମତ ଦେଇଥିଲେ। ଅରକ୍ଷିତ ପରିଛା ଏହାକୁ ସଂଯୋଜନା କରିଥିଲେ ।


