ମିଟର ରିଡ଼ର୍ଙ୍କ ଆନ୍ଦୋଳନ, ଗ୍ରାହକ ହନ୍ତସନ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାଉଥକୋ ଅଧିନରେ କାର୍ଯ୍ୟକରୁଥିବା ମିଟର ରିଡ଼ର୍ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ମାନେ ହନ୍ତସନ୍ତ ହେଉଛନ୍ତି । ମିଟର ରିଡ଼ର୍ ମାନେ ବିଭିନ୍ନ ଦାବି କରି ସେପ୍ଟମ୍ବର ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି । ଦାବି ହାସଲ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ ବିଲ୍ ନମିଳିବା ଯୋଗୁଁ ଉପୋଭକ୍ତା ମାନେ ବିଦ୍ୟୁତ ଦେୟ ପୈଠ କରି ପାରୁନାହାନ୍ତି । ଅଧିକ ଦୁର୍ବଳ ଶ୍ରେଣୀର ବିଦ୍ୟୁତ ଉପୋଭକ୍ତା ମାନେ ପ୍ରତି ମାସରେ ଦେୟ ପୈଠ କରିବାରେ ଅସମର୍ଥ ହେଉଥିବା ବେଳେ ଏକାବେଳେ ୨/୩ ମାସର ବିଲ ଆସିଲେ ପୈଠ କରିବା ଅସମ୍ଭବ ହେବା ସହ ବିଦ୍ୟୁତ ବିଛିନ୍ନ କରି ଦିଆଯିବାର ଭୟ ରହିଛି । ଏହି ସମସ୍ୟାର ଶୀଘ୍ର ସମାଧାନ ସକାଶେ ସାଉଥକୋ କୌଣସି ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସତ୍ୟ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କହିଲେ ମିଟର ରିଡ଼ର୍ଙ୍କ ଆନ୍ଦୋଳନ ଚାଲୁ ରହିଥିବା ଯୋଗୁଁ ବିଲ ହୋଇପାରୁନାହିଁ । ଗ୍ରାହକ ମାନେ ବିଦ୍ୟୁତ ବିଲ ପୈଠ କରିବା ପାଇଁ ଚାହୁଁଥିଲେ, ସେମାନେ ପୂର୍ବ ମାସର ବିଲ ଅନୁସାରେ ପୈଠ କରିପାରିବେ ।