ମିଟୁ ମାନସଙ୍କ ଗୀତରେ ଝୁମିଲେ ଦର୍ଶକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ବାର୍ଷିକ ଗଜଲକ୍ଷ୍ମୀ ପୂଜା ଉତ୍ସବ ଓ ଭଣ୍ଡାରିପୋଖରୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୋଭାଣ୍ଣିତ କରିଛନ୍ତି। ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ ନାଟ୍ୟକାର ସୁଧାକର ନନ୍ଦ, ମୁଖ୍ୟଵକ୍ତା ଯାଜପୁର ଡିଏସପି ପ୍ରଭାତ କୁମାର ଵିଶ୍ବାଳ, ଵିଶିଷ୍ଟ ଅତିଥି ଜିଲ୍ଲା ଵିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଚିତ୍ରଶିଳ୍ପୀ ପ୍ରଭାତ ଜେନା, ଶିକ୍ଷାଵିତ ପୁରୁଷୋତ୍ତମ ଧଳ, ଶିକ୍ଷାଵିତ କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ, ସନ୍ତୋଷ ସାହୁ, ମୁରଲୀଧର ଦାସ ପ୍ରମୁଖ ଯୋଗଦେଇ ମହୋତ୍ସବ ଜାତିର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟସ୍ତରୀୟ ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଵା ଵେଳେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ମଞ୍ଚ ଆହ୍ବାନ ଏବଂ ଆଭିମୁଖ୍ୟ ପ୍ରଦାନ କରିଥିଲେ। ବଜାର କମିଟି ସମ୍ପାଦକ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଲବମ ଓ ଯାତ୍ରା କଳାକାର ମିଟୁ ମାନସଙ୍କ ଅତି ଉଚ୍ଚକୋଟୀର ନୃତ୍ୟ ଗୀତରେ ଦର୍ଶକ ଝୁମିଥିଲେ। ଏହାଛଡା ଚୁନିଦା କଳାକାର ମାନଙ୍କ ଦ୍ଵାରା ନୃତ୍ୟ ନାଟିକା ପରିବେଷଣ ଆଗନ୍ତୁକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।କମିଟି ପକ୍ଷରୁ ଚିତ୍ର ଶିଳ୍ପୀ, ଆଲଵମ ନୃତ୍ୟ ଶିଳ୍ପୀ, ପୋଲିସ ଅଧିକାରୀ ଓ ସମାଜସେବୀ କୃଷ୍ଣଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମକୁ ବଜାର କମିଟି ସଭାପତି କମଳାକାନ୍ତ ସାମଲ, ଚନ୍ଦ୍ରଶେଖର ଦତ୍ତ, ସୁଧାକର ଵେହେରା, ଅଭିମନ୍ୟୁ ଵେହେରା,ଚନ୍ଦ୍ରଶେଖର ମହାନ୍ତି, ନିରାକାର ଵେଉରିଆ, କାଳନ୍ଦି ପରିଡା, ମାନସ ଦାସ, କାହ୍ନୁ ଵାରିକ, ଲଳିତ ନାୟକ ପ୍ରମୁଖ ପରିଚାଳନା କରିଥିଲେ।