ମିଠା ନିୟମ ତୁରନ୍ତ କାର୍ଯ୍ୟକାରୀ ହେଉ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ସ୍ପେଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌କୁ ସ୍ୱାଗତ କରିଛି ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ସଂଘଠନ(ପିଡିଏଚ୍‌ଆର୍‌ଆଇ) । ଏହି ନିୟମ ଲାଗୁ ହେଲେ ରାଜ୍ୟରେ ମିଠା ଖାଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ । ଏବେ କରୋନା କାଳରେ ବାସି ମିଠା ବିକ୍ରିକୁ ବାରଣ କରିବା ପାଇଁ ଏହି ପଦକ୍ଷେପ ବହୁ ଉପୋଯୋଗୀ । ଏହା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । ରାଜ୍ୟ ସରକାର ଏହାକୁ ଲାଗୁ କରିବା ଉଚିତ । ବାସି ମିଠାକୁ ନଷ୍ଟ କରାଯିବା ପାଇଁ ଜିଲାପାଳ ଓ ଫୁଡ଼୍ ଇନ୍ସପେକ୍ଟରଙ୍କ ଦ୍ୱାରା ଯାଂଚ୍ ପକ୍ରୀୟା ତୁରନ୍ତ ଆରମ୍ଭ କରିବା ଉଚିତ୍ ବୋଲି ପିଡିଏଚ୍‌ଆର୍‌ଆଇର କେନ୍ଦ୍ରୀୟ ସମ୍ପାଦକ ଲିଙ୍ଗରାଜ ସାହୁ ଓ ରାଜ୍ୟ ସଭାପତି ଗଦାଧର ଦାସ କହିଛନ୍ତି । ଲେକାଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକଲେ କେନ୍ଦ୍ର ମାନବ ଅଧିକାର କମିସନରଙ୍କ ଦ୍ୱାରସ୍ଥ ହେବୁ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ