ମିଠୁ ଉପରେ ବିବାଦୀୟ ବୟାନ ଦେଲେ ସନ୍ନି

ମୁମ୍ବାଇ : ମିଠୁ ଉପରେ ବିବାଦୀୟ ବୟାନ ଦେଇଛନ୍ତି ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି। ସେ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ସନ୍ନି କହିଛନ୍ତି ଯେ ସେ ଏକ ଦ୍ୱନ୍ଦ୍ୱରେ ରହିଛନ୍ତି। ତାଙ୍କ କହିବାନୁସାରେ ମହିଳା ସଶକ୍ତିକରଣ ଓ ମିଠୁ ଆନ୍ଦୋଳନକୁ ଚାଲିଥିବା ସମସ୍ତ ଆଲୋଚନା ଲୋକଙ୍କ ମାନସିକତାରେ ପରିବର୍ତ୍ତନ କରିଛି। ପାଶ୍ଚାତ୍ୟ ଦେଶରେ ଏହି ଆନ୍ଦୋଳନ ନିଜ ପ୍ରଭାବ ପକାଇସାରିବା ପରେ ଏବେ ବଲିଉଡ୍‌ରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ୨୦୦୮ ମସିହାର ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ପାଇଁ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ଉପରେ ଆରୋପ ଲଗାଇବା ପରେ ଏହି ଆନ୍ଦୋଳନ କ୍ରମଶଃ ବଢ଼ିଚାଲିଥିଲା। ଧୀରେ ଧୀରେ ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନେ ଏହି ମିଠୁକୁ ନିଜ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଦେଲେଣି। ତେବେ କେବଳ ମହିଳାଙ୍କ ସହ ନୁହେଁ ପୁରୁଷମାନଙ୍କ ସାଙ୍ଗରେ ମଧ୍ୟ କର୍ମସ୍ଥଳୀରେ ମିଠୁ ଭଳି ଅତ୍ୟାଚାର ହେଉଛି। ଏଣୁ ମିଠୁକୁ ମହିଳାମାନେ ନିଜ ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବନ୍ଦ କରିବାକୁ କହିଛନ୍ତି ସନ୍ନି ଲିଓନି। ବିଶେଷ କରି ଯେତେବେଳେ ସୋସିଆଲ ମିଡିଆ, ମିଡିଆ ଆଉଟଲେଟ୍ସ୍‌ ମାଧ୍ୟମରେ ଅନେକ କଥା ସାମ୍ନାକୁ ଆସୁଛି, ସେତେବେଳେ ଲୋକମାନେ ପୁନର୍ବାର କୌଣସି ସ୍ଥାନକୁ ଇଣ୍ଟରଭ୍ୟୁ ଦେବା ବେଳେ ଚିନ୍ତା କରୁଛନ୍ତି ତାଙ୍କୁ ଭିଡିଓ ସୁଟ୍‌ କରାଯାଉଛି କି ଯାହା ଭବିଷ୍ୟତରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏଣୁ ଅଧିକାଂଶ ସମୟରେ ଲୋକମାନେ ଅସହଜ ମନେ କରୁଥିବା କହିଛନ୍ତି ସନ୍ନି ଲିଓନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ