ମିଡ଼ିଆକିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟ ସ୍ତରୀୟ ବିଜ୍ଞାନମେଳା କୁ ମନୋନୀତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ର କନ୍ଧମାଳ ଜିଲ୍ଲାସ୍ତରୀୟ ଵିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ରାଇକିଆ ବ୍ଲକ ର ସୁଗଡାବାଡ଼ି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ୭ ଟି ବିଜ୍ଞାନ ପ୍ରକଳ୍ପ ମଧ୍ୟରୁ ବାଲିଗୁଡା ବ୍ଲକ ମିଡ଼ିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଅଙ୍କିତ ଶୁଭ୍ରଜିତ ସାହୁ ଙ୍କ ପ୍ରକଳ୍ପ ” ରୂପାନ୍ତରିତ ଶୌଚାଳୟ”(Transforming Toilet) ଟି ବିଚାରକ, ଛାତ୍ର,ଶିକ୍ଷକ ଓ ଅଧିକାରୀ ଙ୍କ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି । ଉକ୍ତ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ଓ ଦିଗଦର୍ଶନ କ୍ଷେତ୍ରରେ ବିଜ୍ଞାନ ଶିକ୍ଷକ ସବିର ପ୍ରଧାନ ଓ ଅସିତ କୁମାର ସାହୁ ସହଯୋଗ କରିଥିଲେ । ଅଙ୍କିତଙ୍କ ର ଉକ୍ତ ବିଜ୍ଞାନ ପ୍ରକଳ୍ପଟି ଆସନ୍ତା ଜାନୁଆରୀ ମାସ ୪ ତାରିଖ ରେ ଖୋର୍ଦ୍ଧା ସ୍ଥିତ ବିଜେବି ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ରେ ଅଂଶ ଗ୍ରହଣ କରିବ ।ଏହି ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ପଟ୍ଟନାୟକ , କମିଟି ସଦସ୍ୟ ଗଣ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ