ମିତ୍ରପୁର-ନୀଳଗିରି, ମିତ୍ରପୁର-ବଇଁଚା ଓ ନୀଳଗିରି-ବଉଳଗଡ଼ିଆ ରାସ୍ତା କାର୍ଯ୍ୟରେ ଦୁର୍ନିତୀ ଅଭିଯୋଗ

ପ୍ରତିବାଦ ସ୍ୱର ଉଠାଇଲେ ପୂର୍ବତନ ବିଧାୟକ : ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,(ୱାଏନଏସ):ବାଲେଶ୍ୱର ଜିଲ୍ଲା ନୀଳଗିରି ପୂର୍ତ୍ତ ବିଭାଗ ଦ୍ୱାରା ମିତ୍ରପୁର-ନୀଳଗିରି ଭାୟା ମିତ୍ରପୁର-ବଇଁଚା ଓ ନୀଳଗିରି -ବଉଳଗଡ଼ିଆ ରାସ୍ତାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ | ଏଥି ସହିତ ସରକାରୀ ଅର୍ଥ ହରିଲୁଟ ଓ ନୀଳଗିରିର ଐତିହ୍ୟ ଶତାଧିକ କୋଟୀ ଟଙ୍କାର ବ୍ୟାପକ ଗଛ କଟା ର ଭିଜିଲାନ୍ସ ତଦନ୍ତ ଦାବି ମଧ୍ୟ କରିଛନ୍ତି ଶ୍ରୀଯୁକ୍ତ ଷଡ଼ଙ୍ଗୀ | ନୀଳଗିରି ଏକ ଗଡ଼ଜାତ ରାଜ୍ୟ । ଉକ୍ତ ରାଜ୍ୟରେ ରାଜତନ୍ତ୍ର ସମୟରେ ବିଗତ ଦୁଇ ଶହ ବର୍ଷ ତଳେ ନୀଳଗିରି – ମିତ୍ରପୁର ରାସ୍ତା, ମିତ୍ରପୁର-ବଇଁଗ ରାସ୍ତା ଯାହାକି ବାଲେଶ୍ଵର-ମୟୂରଭଞ୍ଜର ଏକ ମୁଖ୍ୟ ଯୋଗାଯୋଗ ରାସ୍ତା ଓ ନୀଳଗିରି – ବଉଳଗଡ଼ିଆ ରାସ୍ତାକୁ ତତ୍‌କାଳୀନ ରାଜା ନିର୍ମାଣ କରିଥିଲେ । ବର୍ତମାନ ଏହି ୩ଟି ରାସ୍ତାର ଅବସ୍ଥା ଯାହା ହୋଇଛି ମନେ ହେବ ଏହାର ଅବସ୍ଥା ୨ ଶହ ବର୍ଷ ମଧ୍ୟରେ ଏପରି କେବେ ହୋଇ ନ ଥିଲା । ଏଥିରେ ଏବେ ନିକଟରେ ସରକାର କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି । ଠିକାଦାର ମାନେ ନିଜ ମନ ଇଚ୍ଛାରେ କାମ କରୁଛନ୍ତି । ପୋଲ ଗୁଡ଼ିକ ଅଧା ତିଆରି ହୋଇ ପଡ଼ି ରହିଛି । ସିମେଣ୍ଟର ମାତ୍ରା କମ, କେମିକାଲ ଟେଷ୍ଟ ତ ଦୂରର କଥା, ଖାଲି ଆଖୁରେ ବି ଧରା ପଡ଼ିବ । କାମର ମାନ ଅତ୍ୟନ୍ତ ନିମ୍ନ ମାନର । କ୍ରସର ରେ ଭଙ୍ଗା ଯାଇଥିବା ପଥର ଦିଆ ନ ଯାଇ ହାତ ଭଟ୍ଟା ଗେରା ପଥର ଅଣାଯାଇ ଜାଲ ବିଲ୍ ଯୋଗାଡ଼ କରି ଦିଲ୍ ଦାଖଲ କରାଯାଇଛି । ଇସ୍ପାତ ଏଲୋୟେଜ ଫ୍ୟାକ୍ଟିରର ରିଜେକ୍ଟ ପଥରକୁ ଅଣାଯାଇ ଉକ୍ତ ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଛି । ରାସ୍ତା ର ଏଭଳି ନିମ୍ନ ମାନର କାର୍ଯ୍ୟ ପାଇଁ ନୀଳଗିରି-ମିତ୍ରପୁର ରାସ୍ତାର ଚଳିତ ବର୍ଷ ୩ଜଣ ଲୋକର ମୁଣ୍ଡ ଗଡ଼ିଲାଣି । ଏହି ତିନି ରାସ୍ତାର ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ହେଉଛି ଓ ଲୋକମାନେ ଆହତ ହେଉଛନ୍ତି । ପି.ଡବ୍ଲ୍ୟୁ.ଡି. କାର୍ଯ୍ୟରତ ଅଫିସର ମାନେ ଏହି ରାସ୍ତା ନିର୍ମାଣ ବେଳେ ଉପସ୍ଥିତ ରହୁନାହାନ୍ତି । ଏହି ତିନୋଟି ରାସ୍ତାର ସରକାରଙ୍କର ପିଡବ୍ଲ୍ୟୁଡି ବିଭାଗର କର୍ମଗ୍‌ରୀ ଓ ଠିକାଦାରମାନେ ମିଳିତ ଭାବେ କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ଓ କରିବାରେ ଲାଗିଛନ୍ତି । ମାଟି କିଣିବା କଥା କହି ଦୁଇ କଡ଼ରେ ମାଟି ଉଠାଇ ବିଲ କରି ଲକ୍ଷ ଲକ୍ଷ ଟଙ୍କା ଖାଇ ମଧ୍ଯ ମାଟିକୁ ଏପରିଭାବେ ପକାଇଛନ୍ତି, ସେଥିରେ ପଥଚାରୀ ମାନେ ରାସ୍ତା ରେ ପଡୁଛନ୍ତି । ସବୁଠାରୁ ଦୁଃଖର ବିଷୟ ଏହିଯେ, ଏହି ରାସ୍ତା କଡ଼ରେ ବିଗତ ୧୫୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗଛ ଗୁଡ଼ିକୁ ଅତି ନିର୍ମମ ଭାବରେ କଟାଯାଇଛି । ଠିକାଦାର, ପିଡୁବ୍ୟୁଳି ଅଫିସର, ଜଙ୍ଗଲ ବିଭାଗର ଅଫିସର ଓ ଡି.ଏଫ.ଡି.ଓ. ମିଳିମିଶି ଏଗୁଡ଼ିକ ନିଲାମ କରି କୋଟି କୋଟି ଟଙ୍କାର ଲାଭବାନ ହୋଇଛନ୍ତି । ନୀଳଗିରିର ଜଙ୍ଗଲ ଓ ରାସ୍ତା ପାର୍ଶ୍ୱ ଗଛ ଗଡ଼ଜାତର କୀର୍ତିମାନ ଓ ସମ୍ପଦ । କୌଣସି ବିଦ୍ଧିବଦ୍ଧ ଯୋଜନା ନ କରି ଠିକାଦାରମାନେ ଗଛଗୁଡ଼ିକୁ ନିର୍ଘାତ ହାଣି ଲାଭବାନ ହୋଇଛନ୍ତି । ବିକାଶ ନାଁରେ ପରିବେଶ ଓ ନୀଳଗିରି ସ୍ଵାଭିମାନକୁ ଧ୍ବଂସ କରାଯାଉଛି । କଟାଯାଇଥିବା ଗଛର ମୂଳ -ଗଣ୍ଠି ଡାଳ, ସବୁ କେଉଁ ଆଡ଼େ ଯାଇଛି ତାର ହିସାବ ନାହିଁ । ଭିଜିଲାନ୍ସ ବିଭାଗ ଦ୍ଵାରା ଏହି ୩ଟି ରାସ୍ତାରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ତଦନ୍ତ କରାଇ ଏହି ଅର୍ଥ ଲୁଣ୍ଠନକାରୀ କର୍ମରରୀ, ଠିକାଦାରମାନଙ୍କ ବିରୁଦ୍ଧରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଏହି ରାସ୍ତା କାର୍ଯ୍ୟ ଓ ଗଛକଟା ର ତଦନ୍ତ କରାଇବାର ବ୍ୟବସ୍ଥା କରି ରାସ୍ତାର ଦୁଇ ପାର୍ଶ୍ୱରେ ଥିବା କୋଟି କୋଟି ଟଙ୍କାର ଗଛ ଗୁଡ଼ିକୁ ସୁରକ୍ଷା ଦେବା ସହ ନୀଳଗିରି ବିକାଶ, ପରିବେଶର ସୁରକ୍ଷା ପାଇଁ ଦୃଢ ଦାବି ହେଉଛି | ଏନେଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଓଡିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ବା, ଲେଶ୍ଵର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ