ମିଥୁନ ଗୁରୁଜୀ ରକ୍ତଦାନ କରି ଯୁବକଙ୍କ ଜୀବନ ବଞ୍ଚାଇଲେ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ରକ୍ତଦାନ କରି ଯୁବକଙ୍କ ଜୀବନ ବଞ୍ଚାଇଲେ ଗୁରୁଜୀ ମିଥନ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଯୁବ ଗୁରୁଜୀ ମିଥୁନ୍ ନାୟକ ରକ୍ତଦାନ କରି ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି I ସୂଚନା ପ୍ରକାରେ ବୁଗୁଡ଼ା ବ୍ଳକ୍ ଶ୍ରୀକରପୁର ବିରଞ୍ଚିପୁର ପଂଚାୟତ ଅନ୍ତର୍ଗତ ବି ବ୍ରହ୍ମପୁର ଗ୍ରାମର ଶଙ୍କର ନାୟକ ନାମକ ଜଣେ ଯୁବକ ସିକିଲିସ୍ ତିନି ଦିନ ଧରି ଏ ପଜିଟିଭ୍ ରକ୍ତ ଅଭାବରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ I ଶଙ୍କରଙ୍କର ରକ୍ତରେ ହିମୋଗ୍ଲୋବିନ୍ ସ୍ତର ମାତ୍ର ତିନି ଦଶମିକ ପାଞ୍ଚ ରହିଥିଲା I ଏହି ଖବର ଶଙ୍କରଙ୍କର ଭିଣୋଇ ସନ୍ୟାସୀ ନାୟକ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଗୁରୁଜୀ ମିଥୁନ୍ ନାୟକଙ୍କୁ ଜଣାଇଥିଲେ I ଖବର ପାଇ ମିଥୁନ୍ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରକ୍ତଭଣ୍ଡାରକୁ ଯାଇ ଶଙ୍କରଙ୍କ ନିମନ୍ତେ ରକ୍ତଦାନ କରି ତାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ I ମିଥୁନ୍ ଆଜି ନବମ ଥର ପାଇଁ ରକ୍ତଦାନ କରିଥିଲେ I ମିଥୁନ୍ ଙ୍କର ଏହିଭଳି କାର୍ଯ୍ୟକୁ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ସଭାପତି ନୀଳମଣି ବିଷୋୟୀ, ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ