ମିଥ୍ୟା ନିର୍ଯ୍ୟାତନା ଅଭିଯୋଗ କଲେ ସାବଧାନ !
ନୂଆଦିଲ୍ଲୀ : ପ୍ରତିଦିନ ମହିଳା ମାନେ ନିର୍ଯ୍ୟାତନାର ଶୀକାର ହେଉଥିବା ଆପଣ ମାନେ ଶୁଣିଥିବେ । ଏହି ମାମଲା ଗୁଡିକରୁ କିଛି ମିଥ୍ୟା ମାମଲା ନିଜର ସ୍ୱାମୀ ଓ ଶାଶୁ, ଶଶ୍ୱୁର ବୋହୁଙ୍କୁ ନିର୍ଯ୍ୟାତନା ଦେଉଥିବାର ମଧ୍ୟ ମାମଲାର ଫଇସଲା ହୋଇଛି । ଏଣିକି ଯଦି ବୋହୁ ନିଜର ସ୍ୱାମୀ ଓ ପରିବାର ବିରୋଦ୍ଧରେ ମିଥ୍ୟା ଅଭିଯୋଗ କରେ ତେବେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ୪୯୮ (ଏ) ଦଫାରେ ଯୈାତୁକ , ନିର୍ଯ୍ୟାତନା,ମାମଲା ଆଗତ କରିଥିବା ମାମଲା ମିଥ୍ୟା ପ୍ରମାଣିତ ହୁଏ ତେବେ ସ୍ତ୍ରୀକୁ ବହୁ ମୁଲ୍ୟ ଦେବାକୁ ପଡିବ । ବୋଲି ଦେଶର ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ମାମଲା ରୁଜୁ ସମୟରେ ଯଦି ସ୍ୱାମୀ ଓ ପରିବାର ଲୋକ ନିର୍ଦ୍ଦୋଶ ବିବେଚନା ହୁଅନ୍ତି ତେବେ ମହିଳାଙ୍କ ଏ ପ୍ରକାର ଆଚରଣକୁ କ୍ରୁରତା ବୋଲି ବିବେଚନା କରାଯିବା ସହିତ ସ୍ୱାମୀ ଚାହିଁଲେ ସ୍ତ୍ର୍ୀ କୁ ଛାଡପତ୍ର ଦେଇପାରିବେ ।ଏପରିକି ସ୍ତ୍ରୀର ଭରଣ ପୋଷଣ ନିମନ୍ତେ ଟଙ୍କାଟିଏ ବି ଦେବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ସ୍ପର୍ଶ କରିଛନ୍ତି ।