ମିଥ୍ୟା ପ୍ରଚାର କରୁଛନ୍ତି ନବୀନ ଅଭିଯୋଗ
ସାଧାରଣ ନିର୍ବାଚନରେ ଭୋଟ ଆପଣାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କୁ ମିଛ ପ୍ରତିଶୃତି ଓ ପ୍ରତାରଣା କରିଛନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାର ୧ ଟଙ୍କାରେ ଚାଉଳ ଦେଇଥିବା କଥା ଓଡିଶା ବାସୀଙ୍କୁ ମିଛ କହୁଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ୩୦ ଲକ୍ଷ ଲୋକଙ୍କୁ ଚାଉଳ ଦେବା ପାଇଁ ସରକାର ପ୍ରତିଶୃତି ଦେଇଥିବା ବେଳେ ୨୦ ଲକ୍ଷ ଲୋକଙ୍କୁ ଚାଉଲ ଯୋଗାଇ ଦେଉଛନ୍ତି । ଏହି ପରି ଅପପ୍ରଚାର ରୁ ଦୂରେଇ ରହିବା ପାଇଁ କହିବା ସହ ପ୍ରମାଣ ସହ ଲୋକମାନଙ୍କ ପାଖରେ ପହଞ୍ଚି ସଠିକ୍ ସୂଚନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପରାମର୍ଶ ଦିଆଯାଇଛି ।